ଭୁବନେଶ୍ୱର- ନିଖିଳ ଓଡ଼ିଶା କାଳନ୍ଦୀ ସମାଜର ବାର୍ଷିକ ଅଧିବେଶନ ଇଂ ଅଲେଖ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଭୁବନେଶ୍ୱର ବୁଦ୍ଧବିହାରଠାରେ ଅନୁÂିତ ହୋଇଯାଇଛି ।
ଏହି ଅଧିବେଶନରେ ସମାଜରୁ କୁସଂସ୍କାର ଓ ନିଶା ସେବନ ଦୂର କରିବା,ଭୁବନେଶ୍ୱର ଠାରେ ଏକ ଆମ୍ବେଦକର ଭବନ ପ୍ରତିÂା କରିବା , ଛୁଅାଁ ଅଛୁଅାଁ ଭେଦଭାବ ଦୂର କରି ଧର୍ମ ଓ ଜାତିମାନଙ୍କ ମଧ୍ୟରେ ଭାଇଚାରା ପ୍ରତିÂା କରିବା , ନିର୍ଯ୍ୟାତନାର ଶିକାର ହେଉଥିବା ଦଳିତ, ଆଦିବାସୀ, ମହିଳା ଓ ଶିଶୁମାନଙ୍କୁ ସୁରକ୍ଷା ପ୍ରଦାନ କରିବା, କଣ୍ଡରା ବୈଷ୍ଣବ, କାଳନ୍ଦୀ ବୈଷ୍ଣବ, ବାଉରି ବୈଷ୍ଣବ ଇତ୍ୟାଦି ବୈଷ୍ଣବ ଜାତିକୁ ତଫସିଲଭୁକ୍ତ ଜାତି ମାନ୍ୟତା ଦେବା, ମେହେନ୍ତର ଜାତିକୁ ଏସ୍.ସି. ତାଲିକାଭୁକ୍ତ କରିବା ଓ ସଅର ଜାତିକୁ ଏସ୍.ଟି. ତାଲିକାଭୁକ୍ତ କରିବା , ସମସ୍ତ ସଂରକ୍ଷଣ ପଦପଦବୀକୁ ପୂରଣ କରିବା ଓ ପଦୋନ୍ନତି ଦେବା, ସରକାରୀ ଓ ବେସରକାରୀ କ୍ଷେତ୍ରରେ ମାଗଣା ଶିକ୍ଷାଦାନ କରିବା ସହ ଗରିବ, ଭୂମିହୀନ ଦଳିତମାନଙ୍କୁ ଜମି, ଘରଡିହ ଓ ବାସଗୃହ ଯୋଗାଇଦେବା ଓ ଦଳିତ ଆଦିବାସୀମାନଙ୍କ ଜମି, ଜଙ୍ଗଲ, ଜଳର ଅଧିକାର ସାବ୍ୟସ୍ତ କରିବା ଆଦି ଦାବି ଗୁଡିକ ଉପସ୍ଥାପନ କରାଯାଇଥିଲା ।
ଅନ୍ୟପକ୍ଷରେ କେଉଟ, କୈବର୍ତ ଓ ଧୀବର ଇତ୍ୟାଦି ସବର୍ଣ୍ଣ ଜାତିଙ୍କୁ ଅନୁସୂଚିତ ଜାତି ତାଲିକାରୁ ବାଦ୍ଦେବା ଓ ନକଲି ପ୍ରମାଣପତ୍ର ଦ୍ୱାରା ସଂରକ୍ଷଣ ସୁବିଧା ହାସଲ କରିଥିବା ବ୍ୟକ୍ତିମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁÂାନ ଗ୍ରହଣ କରିବା ପ୍ରସ୍ତାବ ଗୃହୀତ ହୋଇଥିଲା । ଦାବି ପୂରଣ ନହେଲେ ରାଜରାସ୍ତାକୁ ଓହ୍ଲାଇବା ପାଇଁ କାଳନ୍ଦୀ ସମାଜ ସମସ୍ତ ଦଳିତମାନଙ୍କୁ ଆହ୍ୱାନ ଦେଇଛି ।