ନୂଆପଡା-ନୂଆପଡା ଜିଲା ଖଡିଆଳ ସ୍ବଂୟଶାସିତ ମହାବିଦ୍ୟାଳୟ ପରିସର ମଧ୍ୟରେ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ନାଗରିକ ସଂଶୋଧନ ଆଇନ-୨୦୧୯ ଶିର୍ଷକ ଦିନିକିଆ କର୍ମଶାଳା ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ କଲେଜ ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରମୋଦ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ସମାଜସେବୀ ଅଜିତ ପଣ୍ଡା େଯାଗ ଦେଇ ନାଗରିକ ସଂଶୋଧନ ଆଇନର ଆବଶ୍ୟକତା, ଉପକାରୀତା ଏବଂ ଅପକାରିତା ଉପରେ ଗୁରୁତ୍ବ ଦେଇଥିଲେ । ଅଧ୍ୟାପକ ଡଃ. ପଦ୍ମୋଲୋଚନ ବର୍ମା ଏବଂ ଅଧ୍ୟାପିକା ମିନା ଗୁଜରାତୀ େଯାଗଦେଇ ୬ ଗୋଟି ଧର୍ମର ଶରଣାର୍ଥିଙ୍କୁ ଭାରତର ନାଗରିକ ପ୍ରଦାନ କରାଯିବାର ପ୍ରସ୍ତାବ ପରେ ଆଇନରେ ପରିଣତ ହୋଇଥିବାର ସୂଚନା ଦେଇଥିଲେ । ଏହି ଉପଲକ୍ଷେ ସ୍ନାତକୋର ପ୍ରଥମ ବର୍ଷ ଛାତ୍ର ଗଣେଷ ମେହେର ନାଗରିକ ସଂଶୋଧନ ଆଇନ ଉପରେ ଏକ ପେପର ଉପସ୍ଥାପନ କରିଥିଲେ । ସ୍ନାତକ ଓ ସ୍ନାତକୋର ଛାତ୍ରଛାତ୍ରୀ ମାନେ େଯାଗ ଏହି ଆଇନକୁ ନେଇ ଜେଏନୟୁ ରେ ହୋଇଥିବା ଛାତ୍ର ହିଂସା ଓ ଅଶାନ୍ତି ପରିବେଶକୁ ତିବ୍ର ନିନ୍ଦା କରିବା ସହ ଛାତ୍ରଛାତ୍ରୀ ମାନେ ନିରପେକ୍ଷତା ଅବଳମ୍ବନ କରିବା ନିତାନ୍ତ ଜରୁରୀ ଅଟେ ବୋଲି ମତବ୍ୟକ୍ତ କରିଥିଲେ ।