-
କୋରାପୁଟ ଏବଂ ଲକ୍ଷ୍ମୀପୁରରେ ଏକାଧିକ ଶିଶୁଙ୍କ ଚିକିତ୍ସା ଜାରି
-
ଡିପଥେରିଆରେ ଆକ୍ରାନ୍ତ ହୋଇଥିବା ସନ୍ଦେହ
ଜୟପୁର– କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ସପ୍ତାହକ ମଧ୍ୟରେ ୪ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଶିଶୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି ହୋଇଛନ୍ତି । ଏମାନେ ଡିପଥେରିଆରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । କୋରାପୁଟ ଏବଂ ଲକ୍ଷ୍ମୀପୁରରେ ଏକାଧିକ ଶିଶୁଙ୍କ ଚିକିତ୍ସା ଜାରି ରହିଛି ।
ପୂର୍ବରୁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକରୁ ଡିପ୍ଥେରିଆ ଆକ୍ରାନ୍ତ ଜଣେ ୧୦ ବର୍ଷିୟ ବାଳକର ବ୍ରହ୍ମପୁର ଏମକେସିଜି ମେଡିକାଲରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିଲା । ବର୍ତମାନ ଏବେ ନାରାୟଣପାଟଣାର ଗୋତିଗୁଡାରେ କେତେକ ଶିଶୁ ଡିପଥେରିଆରେ ଆକ୍ରାନ୍ତ ହୋଇଥିବା ସନ୍ଦେହ କରାଯାଉଛି । ଲକ୍ଷ୍ମୀପୁର ଅଂଚଳର ଦୁଇ ଜଣ ଶିଶୁଙ୍କର ଚିକିତ୍ସା ଚାଲିଛି । କୋରାପୁଟ ମେଡିକାଲରେ ମଧ୍ୟ ୪ ଜଣ ଶିଶୁଙ୍କର ଚିକିତ୍ସା ଚାଲିଛି । ସେହିପରି ବ୍ରହ୍ମପୁର ଏମକେସିଜି ମେଡିକାଲରେ ଜଣେ ଶିଶୁର ଚିକିତ୍ସା ଚାଲିଛି ।
ନାରାୟଣପାଟଣାର ଗୋତିଗୁଡା ଗ୍ରାମରେ ପ୍ରାୟ ୩ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ନାରାୟଣପାଟଣା ବାଡାଝଲା ଗ୍ରାମର ଜଣେ ଶିଶୁର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ନାରାୟଣପପାଟଣା ବ୍ଲକ ଅଂଚଳରେ ୪ ଜଣଙ୍କ ଜୀବନ ନେଲାଣି ଏହି ଅଜଣା ଜ୍ଵର ।