
ଭୁବନେଶ୍ୱର– କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ ପ୍ରଧାନ ସୋମବାର ଦିନ ଲୋକସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି । କାମଚଳା ବାଚସ୍ପତି ଭର୍ତୃହରି ମହତାବ ତାଙ୍କୁ ଶପଥ ଗ୍ରହଣ କରାଇଛନ୍ତି । ସେ ଓଡିଆ ଭାଷାରେ ଶପଥ ଗ୍ରହଣ କରିଛନ୍ତି ।
ଶପଥ ଗ୍ରହଣ କରିବା ପରେ ଶ୍ରୀ ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି, ୧୮ତମ ଲୋକସଭାର ସାଂସଦ ସଦସ୍ୟ ଭାବରେ ଶପଥ ଗ୍ରହଣ କରି ଗୌରବ ଅନୁଭବ କରୁଛି । ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସହ ନିଜ ସାମର୍ଥ୍ୟ ଅନୁଯାୟୀ ସମାଜର ସେବା କରିବା ପାଇଁ ସବୁବେଳେ ଚେଷ୍ଟା କରିବି ।