ଯୋଧପୁର– ଭାରତୀୟ ବାୟୁସେନା ପ୍ରଥମ ଥର ବହୁପକ୍ଷୀୟ ବାୟୁ ଅଭ୍ୟାସ ଅଗଷ୍ଟ ପ୍ରଥମ ସପ୍ତାହରେ ଯୋଧପୁରରେ ଆୟୋଜିତ କରିବାକୁ ଯାଉଛି । ତରଙ୍ଗ ଶକ୍ତି ନାମରେ ହେବାକୁ ଥିବା ଏହି ଯୁଦ୍ଧାଭ୍ୟାସରେ ବିଶ୍ୱର 12ଟି ବାୟୁସେନାର ସାହାସୀ ଫାଇଟର ବମ୍ବର ଓ ଷ୍ଟ୍ରାଟେଜିକ ଲିଫ୍ଟ ବିମାନ ହେବ ।
ବାୟୁସେନାର ସୂତ୍ର ମୁତାବକ ଦୁଇଯି ପର୍ଯ୍ୟାୟରେ ଏହି ଅଭ୍ୟାସର ଆରମ୍ଭ ଦକ୍ଷିଣ ଭାରତର ଏୟାରବେସରୁ ହେବ । ଏହାପରେ ଅଗଷ୍ଟର ମଧ୍ୟରୁ ସେପ୍ଟେମ୍ବର ମଧ୍ୟ ଯାଏ ଏହି ଅଭ୍ୟାସ ଯୋଧପୁରରେ ହେବ । ଯୁଦ୍ଧାଭ୍ୟାସରେ ସ୍ପେନ ଓ ୟୁଏଇ ସମେତ 12 ଦେଶକୁ ଡକାଯାଇଛି । କ୍ୱାଡ ଦେଶ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସମେତ ୟୁରୋପର ତିନି ବଡ ବାୟୁସେନା ବ୍ରିଟେନ, ଫ୍ରାନ୍ସ, ଜର୍ମାନର ଫାଇଟର ଜେଟ ବି ଅଭ୍ୟାସରେ ଭାଗ ନେବେ । ଏହି ଅଭ୍ୟାସ ଆମେରିକାର ରେଡ ଫ୍ଲାଗ ୱାର ଗେମ ସ୍ତରର ହେବ, ଯେଉଁଥିରେ ନାଟୋ ଦେଶ ଭାଗ ନେବେ ।