ପଟ୍ଟାମୁଣ୍ଡାଇ, ଆଜି ସମଗ୍ର ବିଶ୍ଵ ଯୋଗକୁ ଗୁରୁତ୍ଵ ଦେଇ ଆସୁଛି। ନିରୋଗ ଓ ସୁସ୍ଥ ରହିବାକୁ ହେଲେ ଯୋଗକୁ ନିତିଦିନିଆ ଦିନଚର୍ଯା ଭିତରେ ସାମିଲ କରିବାକୁ ପଡିବ ବୋଲି ସମସ୍ତେ ଉପଲବ୍ଧି କଲେଣି। ୧୦ମ ଆନ୍ତର୍ଜାତୀକ ଯୋଗ ଦିବସ ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟ ରେ ପାଳନ ହୋଇ ଯାଇଛି। ଏହି ଯୋଗ ସମାରୋହରେ ରାଷ୍ଟୀୟ ସ୍ଵୟଂ ସେବକ ସଂଘ ର ଜିଲ୍ଲା କାର୍ଯ୍ୟବାହ ବିନୋଦ ବିହାରୀ ଦାସ, ଜିଲା ବିଜ୍ଞାନ ପରିଦର୍ଶକ ନିସିଦ୍ଧ ବାରିକ ଓ ଜିଲ୍ଲା ଖେଳ ପରିଦର୍ଶକ ସ୍ମିତା ପ୍ରତିଭା ସାହୁ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ।
ସଭାର ଆରଂଭରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସସ୍ମିତା ସିଂ ସ୍ଵାଗତ ଭାଷଣ ଦେଇଥିଲେ। ବିଦ୍ୟାଳୟର ଏନ ସି ସି ଶିକ୍ଷକ ସରୋଜ କୁମାର ସ୍ଵାଇଁ, ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ, ସ୍କାଉଟ ଶିକ୍ଷକ ତାପସ ବେହେରା ଓ ଅନିଲ କୁମାର ଦାସଙ୍କ ତତ୍ଵାବଧାନରେ ଶୃଙ୍ଖଳିତ ଭାବରେ ଦୀର୍ଘ ୪୫ ମିନିଟ ପର୍ୟ୍ଯନ୍ତ ଯୋଗଭ୍ୟାସ ହୋଇଥିଲା। ଏଥିରେ ସମସ୍ତ ଏନସିସି କାଡେଟ, ସ୍କାଉଟ ଓ ଗାଇଡ଼ ଓ ବିଦ୍ୟାଳୟର ପ୍ରାୟ ୬୦୦ ପିଲା ଯୋଗ ଦେଇଥିଲେ। ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଅଶୋକ ଦାଶ ଶପଥ ପାଠ କରାଇ ଥିଲେ ଓ ଅନିତା ଧଳ ଶାନ୍ତି ମନ୍ତ୍ର ଉଚ୍ଚାରଣ କରିଥିଲେ। ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରିଶେଷରେ ଏନସିସି ଶିକ୍ଷକ ସରୋଜ କୁମାର ସ୍ଵାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ଓ ପ୍ରଧାନ ଶିକ୍ଷୟତ୍ରୀ ସଭା ସମାପ୍ତ ଘୋଷଣା କରିଥିଲେ। ଶେଷରେ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ପୁଡ଼ିଆ ଦିଆଯାଇଥିଲା।