କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ବସ୍ତି ବାସିନ୍ଦା ମାନଙ୍କ ର ସ୍ବାସ୍ଥ୍ୟ ସୁରକ୍ଷା ଦିଗରେ ଦୃଷ୍ଟି ଦେବା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଆବଶ୍ୟକ ହେଉ ଥିବା ପଦକ୍ଷେପ ସଂପର୍କରେ ସଚେତନ କରାଇବା ଉଦ୍ଦେଶ୍ୟ ରେ ପୁରୀ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ” ଗ୍ରାମ୍ୟ ପ୍ରଭା” ଓ ଏନ୍ ଆଇ ସି ଏସ ଆଇ ମିଳିତ ଭାବେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କ୍ରମ ରେ ଘୋଡ଼ା ବଜାର ଓ ପେଣ୍ଠକଟା ସ୍ଥିତ ବିଜୁ ନଗର ଠାରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଥିଲା। ଘୋଡ଼ା ବଜାର ଠାରେ ଶିବିର କୁ ବିଶିଷ୍ଟ ଓ ବରିଷ୍ଠ ସମାଜସେବୀ ଶ୍ରୀ ରାଜାରାମ ଉଦ୍ଘାଟନ କରିଥିଲେ ଓ ବିଜୁ ନଗର ଠାରେ ଅନୁଷ୍ଠିତ ଶିବିର ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇ ଥିଲା। କିଶୋରୀ ମାନଙ୍କର ସ୍ବାସ୍ଥ୍ୟ ରକ୍ଷା, ଗର୍ଭବତୀ ମହିଳାମାନଙ୍କ ଯତ୍ନ, ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଆଦି ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦିଆ ଯାଇ ଉପସ୍ଥିତ ସମସ୍ତ ବାସିନ୍ଦା ମାନଙ୍କୁ “ନିଜ ସ୍ବାସ୍ଥ୍ୟ ପାଇଁ ନିଜେ” ବାର୍ତ୍ତା ପ୍ରଦାନ କରାଯାଇ ଥିଲା।
ଇ ୨୪ ହସ୍ପିଟାଲ ର ପ୍ରତ୍ୟକ୍ଷ ସହଯୋଗ ଓ ଶ୍ରୀମତୀ ଇପିଶିତା ମିଶ୍ର ଙ୍କ ପରାମର୍ଶ ରେ ମେଡିସିନ ବିଶେଷଜ୍ଞ ଡାକ୍ତର ଆଦିତ୍ୟ ନାୟକ, ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ସୁଭାଷିନୀ ପଟ୍ଟନାୟକ ଓ ସର୍ଜରୀ ବିଶେଷଜ୍ଞ ଡାକ୍ତର ଶୁଭେନ୍ଦୁ କୁମାର ମହାପାତ୍ର ଓ ସିଷ୍ଟର ମିତା ପ୍ରଧାନ, ଧନୀ ସେଠି , ନିବେଦିତା ମହାପାତ୍ର, ଗାୟତ୍ରୀ ବେହେରା ଓ ସଂଯୁଲତା ମିଶ୍ର ପ୍ରମୁଖ ଯୋଗଦେଇ ଲୋକ ମାନଙ୍କୁ ସେବା ଯୋଗାଇ ଥିଲେ।
ଏନ୍.ଆଇ.ସି.ଏସ.ଆଇ ର ମିଳିତ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କିଶୋରୀ ମାନଙ୍କର ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷଜ୍ଞ ମାନେ ଆଲୋଚନା କରିଥିଲେ। ଶରୀର ରେ ହିମୋ ଗ୍ଲୋବୀନ ର ମାତ୍ରା ଓ ତାହାର ଭୂମିକା ସମ୍ପର୍କରେ ଅବଗତ କରାଇବା ପାଇଁ ୧୦୯ ଜଣ କିଶୋରୀ ଙ୍କ ର ହୀମୋଗ୍ଲୋବିନ୍ ପରୀକ୍ଷା କରା ଯାଇଥିଲା।
ସମୁଦାୟ ୨୭୪ ଜଣ ବାସିନ୍ଦା ଙ୍କ ର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଔଷଧ ଦିଆ ଯାଇ ଥିଲା। କାର୍ଯ୍ୟକ୍ରମ କୁ ଏମ କ୍ରୀଷ୍ଣା ରେଡ୍ଡୀ, ଶିବ ପ୍ରସାଦ ନାୟକ, ପି ଭାନୁମତୀ, ଉର୍ମିଳା ରେଡ୍ଡୀ, ପ୍ରିୟଙ୍କା ଚକ୍ରବର୍ତ୍ତୀ, ପି ପୁଷ୍ପା ଦେବୀ, ମମତା ମହାରଣା ପ୍ରମୁଖ ସହଯୋଗ କରିଥିଲେ।
ଗ୍ରାମ୍ୟ ପ୍ରଭା ତରଫରୁ ଲଭଲି ଦାସଗୁପ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
Related Stories
October 9, 2024
October 9, 2024