କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ, ଶନିବାର ଦିନ ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ସ୍ନାନ ଦର୍ଶନ ପାଇଁ ପୁରୀ ସହର ଚଳଚଞ୍ଚଳ ହୋଇଛି | ଏହି ପବିତ୍ର ଦିନରେ ମହାପ୍ରଭୁ ଶହେ ଆଠ କୁମ୍ଭ ସୁବାସିତ ଜଳରେ ସ୍ନାନ କରନ୍ତି ଏବଂ ସ୍ନାନ ପରେ ଚତୁର୍ଦ୍ଧାମୂର୍ତ୍ତି ଙ୍କ ହାତୀ ବେଶ ନୀତି ଅନୁଷ୍ଠିତ ହୋଇଥାଏ |ଏହି ହାତୀବେଶ ଦର୍ଶନ ପାଇଁ ଦେଶର କୋଣ ଅନୁକୋଣ ରୁ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାବେଶ ହୋଇଥାଏ |କଥାରେ ଅଛି
ଗଣପତି ଭଟ ଜଣେ ଭକ୍ତ ଯେକି ଦକ୍ଷିଣ ଭାରତ ର | ସେ କେବଳ ପ୍ରଭୁ ଗଣେଶ ଙ୍କୁ ଆରାଧନା କରୁଥିଲେ ସେ କେବଳ ଗଣେଶ ଙ୍କୁ ଚିହ୍ନନ୍ତି| ସେ ସୁଦୂର ଦକ୍ଷିଣ ରୁ ଜଗନ୍ନାଥ ଙ୍କୁ ଦର୍ଶନ କରିବା କୁ ଆସିଥିଲେ ଏବଂ ଜଗନ୍ନାଥ ଙ୍କ ମଧ୍ୟ୍ୟ ରେ ତାଙ୍କ ପ୍ରଭୁ ଗଣେଶ ଙ୍କୁ ଖୋଜିଥିଲେ ତାଙ୍କ ର ଏହି ବ୍ୟାକୁଳ ତା କୁ ପ୍ରଭୁ ଦେଖି ନିଜେ ଗଣପତି ବେଶ ରେ ତାଙ୍କୁ ଦର୍ଶନ ଦେଇଥିଲେ ତାଙ୍କ ର ଭକ୍ତି ରେ ବିଭୋର ହୋଇ ପ୍ରଭୁ ଜଗନ୍ନାଥ କଳା ହାତୀ ଏବଂ ବଳଭଦ୍ର ଧଳା ହାତୀ ବେଶ ରେ ଗଣପତି ଭଟ ଙ୍କୁ ଦର୍ଶନ ଦେଇଥିଲେ |ଭକ୍ତ ର ଭଗବାନ ପ୍ରଭୁ ଜଗନ୍ନାଥ | ଭକ୍ତ ଯେଉଁ ରୂପରେ ଚାହିଁବ ପ୍ରଭୁ ସେହି ରୂପରେ ଭକ୍ତ ଙ୍କୁ ଦର୍ଶନ ଦିଅନ୍ତି ବୋଲି ଅନାଦି କାଳରୁ କଥା ରହିଛି |
Related Stories
November 22, 2024