ନୂଆଦିଲ୍ଲୀ, ନିଟକୁ ନେଇ ଭିନ୍ନ ଭିନ୍ନ ହାଇକୋର୍ଟରେ ଚାଲିଥିବା ଶୁଣାଣି ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ଭ୍ୟାକେସନ ବେଂଚ ନିଟର କାଉନସିଲିଂ ଉପରେ ରୋକ ଲଗାଇବାକୁ ପୁଣି ଥରେ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି ଯଦି ଆମେ ଆଗକୁ ଯାଇ ପରୀକ୍ଷା ରଦ୍ଦ କରୁ ତେବେ କାଉନସିଲିଂ ବି ରଦ୍ଦ ହୋଇଯିବ ।
ଆଜି ନିଟକୁ ନେଇ ସୁପ୍ରିମକୋର୍ଟରେ 8ଟି ପିଟିସନର ଲିଷ୍ଟ ଥିଲା, ଯେଉଁଥିରେ ପରୀକ୍ଷା ରଦ୍ଦ କରିବା ଓ ପେପର ଲିକର ଯାଂଚ କରିବା ପାଇଁ ଦାବି ରହିଥିଲା । କୋର୍ଟ ସମସ୍ତ ପିଟିସନରେ ଏନଟିଏକୁ ନୋଟିସ ଜାରି କରିଛନ୍ତି । କୋର୍ଟ ସମସ୍ତ ପିଟିସନର ଶୁଣାଣି ଜୁଲାଇ 8ରେ ବାକି ମାମଲା ସହିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।