ମାଲକାନଗିରି, ଜିଲ୍ଲା ସ୍ୱାସ୍ଥ୍ୟ ସମିତି ମାଲକାନଗିରି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମିଳିତ ଆନୁକୂଲ୍ୟରେ ବିଶ୍ୱ ରକ୍ତ ଶିକୁଳି ଦିବସ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଅହମ୍ମଦ ହୁସେନଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏହି ଉତ୍ସବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପତିତପାବନ ବୈଦ୍ୟ ଯୋଗଦାନ କରି ଏହି ରକ୍ତ ଶିକୁଳି ରକ୍ତ ହୀନତା ନିରାକରଣ ସଚେତନତା ଅଭିଯାନକୁ ସଫଳ ରୂପାୟନ କରିବା ପାଇଁ ଜନସାଧାରଣଙ୍କୁ ନିବେଦନ କରିଥିଲେ । ସଭା ପୂର୍ବରୁ ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ ସ୍ୱତନ୍ତ୍ର ଅତିଥି ଭାବେ ଯୋଗଦାନ କରି ଏହି ଶିବିରକୁ ଉଦଘାଟନ କରିଥିଲେ । ମୁଖ୍ୟ ବକ୍ତା ସମନ୍ୱିତ ଆଦିବାସୀ ସଂସ୍ଥା, ପ୍ରଶାସିକା ସୁଶ୍ରୀ ଜୟଶ୍ରୀ ଯୋଗଦାନ କରି ମାଲକାନଗିରି ଜିଲ୍ଲାର ସମସ୍ତ ତଫସିଲ ଭୁକ୍ତ ଜାତି ଓ ଜନଜାତିର ଅନ୍ତେବାସୀ ଏବଂ ଅଭିଭାବକଙ୍କୁ ପରୀକ୍ଷା କରିବା ପାଇଁ ନିବେଦନ ସହିତ ସମ୍ପୂର୍ଣ୍ଣ ସାହାଯ୍ୟ ପାଇଁ ମତ ପୋଷଣ କରିଥିଲେ । ଜିଲ୍ଲା ମଙ୍ଗଳ ଅଧିକାରୀ ଏ. ଶ୍ରୀନିବାସ ଆଚାର୍ଯ୍ୟ ମାଲକାନଗିରିର ସ୍ୱାଭିମାନ ଅଂଚଳରେ ରକ୍ତହୀନତା ନିରାକରଣ ଅଭିଯାନକୁ ଅଧିକରୁ ଅଧିକ ସଚେତନତା କରିବା ପାଇଁ ପାଳନ କରିଥିଲେ!ସମ୍ମାନିତ ଅତିଥି ଜିଲ୍ଲା ଯୁବ ରେଡ଼କ୍ରସର ସମ୍ପାଦକ ଡକ୍ଟର ରଞ୍ଜନ କୁମାର ସ୍ୱାଇଁ ସିକଲ ସେଲ କଣ,ଏହାର ଲକ୍ଷଣ, ଲକ୍ଷ୍ୟ ଓ ଏହାର ଉପଚାର ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ!ଏହି ସଭାକୁ ଶିବ ଶଙ୍କର ପାଣିଗ୍ରାହୀ,ସହକାରୀ ପରିଚାଳକ ପରିଚାଳନା କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଆଜିଠାରୁ ଏକ ପକ୍ଷ ଜିଲ୍ଲାର ବିଭିନ୍ନ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ରକ୍ତ ନମୂନାକୁ ପରୀକ୍ଷା କରିବା ଏବଂ ତାଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଏହି କାର୍ଯ୍ୟକ୍ରମରେ ୨୦୦ ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ଅନ୍ୟ ସରକାରୀ କାର୍ଯ୍ୟାଳୟର ଅଧିକାରୀ ଉପସ୍ଥିତ ରହିଥିଲେ । ଇତି ମଧ୍ୟରେ ଭିଡିଓ ମାଧ୍ୟମରେ ଏହି ରୋଗର ଆମ ଜିଲ୍ଲାରେ ସ୍ଥିତି ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ କରାଯାଇଥିଲା । ସଭା ଶେଷରେ ରାଷ୍ଟ୍ରୀୟ ବାଲ୍ୟ ସ୍ୱାସ୍ଥ୍ୟ ଅଧିକାରୀ ହରିବନ୍ଧୁ ଦେଶିଆନାୟକ, ପରିଚାଳକ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁରୂପ ମାଲକାନଗିରି ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ସଭାରେ ଅଧ୍ୟକ୍ଷ ଲିଙ୍ଗରାଜ ମିଶ୍ର ସଭାପତିତ୍ୱ କରିଥିବା ବେଳେ, ଅଶୋକ କୁମାର ଷଡ଼ଙ୍ଗୀ, ବରିଷ୍ଠ ପ୍ରଧ୍ୟାପକ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ କ୍ଷ ପ୍ରେମରେଖା ଭତ୍ରା, ଅଧ୍ୟାପିକା ମଞ୍ଚ ପରିଚାଳନା କରିଥିବା ବେଳେ ଉମେଶ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ରୂପେ ଯୋଗଦାନ କରିଥିଲେ । ଏହି ଅବସରରେ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା କ୍ଷ ଗୌତମ ନାୟକ ଅଧ୍ୟାପକ ସମ୍ପୂର୍ଣ୍ଣ ସହଯୋଗ କରିଥିବା ବେଳେ, ପ୍ରମୀୟ କୁମାର ମହାନ୍ତି ଅଧ୍ୟାପକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ୪୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଶିକ୍ଷକ, ଅଣଶିକ୍ଷକ ଉପସ୍ଥିତ ଥିଲେ ଏହି କାର୍ଯ୍ୟକ୍ରମକୁ ଭିଆରଏସ ,ଏନଏସ ଏସ ,ଟିଭି ସି ସି ମିଳିତଭାବେ ଆୟୋଜନ କରିଥିଲେ ।
Related Stories
October 10, 2024