ମାଲକାନଗିରି ,ଖଇରପୁଟ ବ୍ଲକ ଅନ୍ତର୍ଗତ କୁଡୁମୁଲୁଗୁମ୍ମା ଗ୍ରାମ ପଞ୍ଚାୟତର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ସିକିଲସେଲ ସଚେତନତା ଦିବସ ଅନୁଷ୍ଠିତ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସା ଅଧିକାରୀ ଡ଼ଃ ମହେଶ ପ୍ରସାଦ ପତି ଆନୁଷ୍ଠାନିକ ଭାବେ ସଭାପତିତ୍ୱ କରିଥିଲା ବେଳେ, ତହସିଲଦାର ଟୁକୁନୁ ପୁଟ୍ଟା ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ,ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଚିତ୍ରକୋଣ୍ଡା ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ଗାୟତ୍ରୀ ଦେବୀ, ଡଃ ପ୍ରଜ୍ଞା ପଟ୍ଟନାୟକ, ଏବିଇଓ ହେମନ୍ତ କୁମାର ନାୟକ,କୃପାସିନ୍ଧୁ ଆମ୍ବାଗୁଡିଆ,ପିଏଚଇଓ ମହେଶ୍ୱର ନାୟକ, ଏଲ୍ ଟି ପଦ୍ମ ଚରଣ ପଣ୍ଡା, ଫାର୍ମାସିଷ୍ଟ ସଞ୍ଜୟ କୁମାର ପୃଷ୍ଟି,ଶିଶୁ ବିଭାଗର ପରିଦର୍ଶିକା ଏମ୍ ଆଦିଲକ୍ଷ୍ମୀ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ଡଃ ପତି କହିଥିଲେ ଯେ ଯେହେତୁ ଏହା ଏକ, ରକ୍ତ ହୀନତା ଜନିତ ବପ୍ସଶାନୁକ୍ରମିକ ରୋଗ ଓ ଏହି ରୋଗ ହେଲେ ରୋଗୀର ରକ୍ତରେ ହିମୋଗ୍ଲୋବିନ ପରିମାଣ କମିଯାଇଥାଏ ଏବଂ ଫଳ ସ୍ୱରୂପ ଦେହ ହାତ ଘୋଳିହୋଇ ବିନ୍ଧା ଛିଟିକା ହେବା ସାଙ୍ଗକୁ ରୋଗୀ ଧଇଁ ସଇଁ ହେବା ସହ ନାନା ଯନ୍ତ୍ରଣା ଅନୁଭବ କରିଥାଏ । ଏହାର ନିରାକରଣ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନଥିବାବେଳେ ରୋଗୀକୁ କେବଳ ଫୋଲିକ୍ ଏସିଡ ବଟିକା ସେବନ କରିବାକୁ ପରାମର୍ଶ ଦେବା ସହିତ, ସମୟାନୁସାରେ ନୂତନ ରକ୍ତ ନେବାକୁ ଓ ପୁଷ୍ଟିସାର ଖାଦ୍ୟ ଖାଇବାକୁ ପରାମର୍ଶ ଦେଇଥିଲେ । ଆଜିର ଏହି ଶିବିରରେ ପାଖାପାଖି ୧୫୦ ରୁ ଉର୍ଦ୍ଧ ଆଶା, ଅଙ୍ଗନବାଡ଼ି କର୍ମୀ, ସ୍ୱୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ପ୍ରମୁଖ ଯୋଗଦେଇଥିଲେ ।