ନୂଆଦିଲ୍ଲୀ, ଭୂପତି ରାଜୁ ଶ୍ରୀନିବାସ ବର୍ମା ଇସ୍ପାତ ମନ୍ତ୍ରାଳୟରେ ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଜି ମଙ୍ଗଳବାର ଦାୟିତ୍ୱ ଗ୍ରହଣ କରିବାକୁ ପଂହଚିଥିବା ଭୂପତି ରାଜୁ ଶ୍ରୀନିବାସ ବର୍ମାଙ୍କୁ ଇସ୍ପାତ ମନ୍ତ୍ରାଳୟର ସଚିବ ନାଗେନ୍ଦ୍ର ନାଥ ସିହ୍ନା ମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ସ୍ୱାଗତ କରିଥିଲେ । ଏହାପୂର୍ବରୁ କୋଇଲା ଓ ଖଣି ମନ୍ତ୍ରୀ ଜି.କିଶନ ରେଡ୍ଡି ବି ମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ ।ଭୂପତି ରାଜୁ ଆନ୍ଧ୍ର ପ୍ରଦେଶର ନରସାପୁରମ ଲୋକସଭା ସିଟରୁ ବିଜେପି ସାଂସଦ ଅଟନ୍ତି ।