ନୂଆଦିଲ୍ଲୀ, କେନ୍ଦ୍ର ଗୃହ ଏବଂ ସହକାରିତା ମନ୍ତ୍ରୀ ଅମିତ ଶାହ ଲାହୌଲ ଓ ସ୍ପିତିରେ ଏକ ଉଦ୍ଧାର ଅଭିଯାନ କରିଥିଲା ଭାରତ-ତିବ୍ଦତ ସୀମା ପୋଲିସର ମାଉଂଟେନ ରେସକ୍ୟୁ ଟିମର ପ୍ରଶଂସା କରିଛନ୍ତି ।
ଅମିତ ଶାହ ଏକ୍ସ ପୋଷ୍ଟରେ କହିଛନ୍ତି ଯେ, ଆମକୁ ଆମର ବାହାଦୂର ସାହାସୀଙ୍କ ଉପରେ ଗର୍ବ ହେଉଛି । ଆଇଟିବିପିର ମାଉଂଟେନ ରେସକ୍ୟୁ ଟିମ୍ ନିକଟରେ ଲାହୌଲ ଓ ସ୍ପିତିର ଦୁର୍ଗମ ଅଂଚଳରେ ଏକ ଚ୍ୟାଲେଂଜପୂର୍ଣ୍ଣ ତଲାସୀ ଅଭିଯାନ ଚଳାଇଥିଲେ ଏବଂ ଜଣେ ଆମେରିକୀୟ ନାଗରିକଙ୍କ ପାର୍ଥିବ ଶରୀର ଆଣିଥିଲେ, ଯିଏକି ପାରାଗ୍ଲାଇଡିଂ କରିବା ସମୟରେ ମୃତ୍ୟୁବରଣ କରିଥିଲେ ।
ଶଶହ କହିଛନ୍ତି ଯେ, ସ୍ଥାନୀୟ ପ୍ରଶାସନର ଅନୁରୋଧ କ୍ରମେ ଆଇଟିବିପି ଟିମର ସଦସ୍ୟ 14,800 ଫୁଟ ଉଚ୍ଚତାରେ ନିଜ ଜୀବନ ସଙ୍କଟରେ ପକାଇ ମାନବତାର ଭାବନା ଦେଖାଇ ପାର୍ଥିବ ଶରୀରକୁ ଫେରାଇ ଆଣିଛନ୍ତି । ମାନବତା ପ୍ରତି ଆଇଟିବିପିର ସମର୍ପଣକୁ ସେ ପ୍ରଶଂସା କରିଥିଲେ ।