କୋଲକାତା, କଂଚନଜଙ୍ଗା ଏକ୍ସପ୍ରେସ ଦୁର୍ଘଟଣାକୁ ନେଇ ନ୍ୟୁ ଜଲପାଇଗୁଡି ଷ୍ଟେସନ (ଏନଜେପି)ର ରେଲୱେ ପୋଲିସରେ ଅଭିଯୋଗ ଦାୟର୍ ହୋଇଛି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ଜଣେ ଯାତ୍ରୀ ଏହି ଅଭିଯୋଗ ଦାୟର୍ କରିଛନ୍ତି । ସୋମବାର ରାତିରେ ଜିଆରପିକୁ ଲିଖିତ ଭାବେ ଏହି ଅଭିଯୋଗ ଦେଇଛନ୍ତି । ଯାହାପରେ ଏନେଇ ମାମଲା ରୁଜ୍ଜୁ କରାଯାଇଛି ।
ସୋମବାର ସକାଳେ ଫାଂସିଦେବାରେ ଏକ ମାଲବାହୀ ଟ୍ରେନ୍ କଂଚନଜଙ୍ଗା ଏକ୍ସପ୍ରେସ (୧୩୧୭୪)କୁ ପଛରୁ ଧକ୍କା ଦେଇଥିଲା । ଫଳରେ ଏକ୍ସପ୍ରେସ୍ ଟ୍ରେନ୍ ର ପଛ ଭାଗ ବଗି ଗୁଡିକ ଲାଇନଚ୍ୟୁତ ହୋଇଥିଲା । ଦୁର୍ଘଟଣାରେ ଅଦ୍ୟାବଧି ୧୦ ଜଣ ପ୍ରାଣ ହରାଇଲେଣି । ଅନ୍ୟ କେତେକ ଆହତ ହୋଇଛନ୍ତି । ଉତର ବଂଗାଲ ମେଡିକାଲ କଲେଜ ହସ୍ପିଟାଲରେ ଆହତ ମାନଙ୍କ ଚିକିତ୍ସା ଚାଲିଛି । ଆହତ ଯାତ୍ରୀ ମାନଙ୍କ ମଧ୍ୟରୁ ଜଣେ ସୋମବାର ରେଲୱେ ପୋଲିସରେ ଏନେଇ ଅଭିଯୋଗ ଦାୟର୍ କରିଛନ୍ତି । ବେପରୁଆ, ସରକାରୀ ସମ୍ପତିକୁ କ୍ଷତି ପହଂଚାଇବା ସମେତ ଅନ୍ୟ କେତେକ ଧାରାରେ ମାମଲା ରୁଜ୍ଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ଯାଂଚ୍ କରିବ । ରେଲୱେ ପୋଲିସ ସହିତ ରେଲୱେ ଘଟଣାର ତଦନ୍ତ କରିବ । ପୂର୍ବତଟ ରେଲୱେ ର ମୁଖ୍ୟ ସୁରକ୍ଷା ଆୟୁକ୍ତ ଜନକ କୁମାର ଗର୍ଗ ଙ୍କ ଦେଖାରେଖାରେ ମାମଲାର ତଦନ୍ତ କରାଯିବ । ଏନେଇ ତଦନ୍ତ ପ୍ରକ୍ରିୟା ୧୯ ତାରିଖ ଠାରୁ ଆରମ୍ଭ ହେବ ।