
ପଶ୍ଚିମ ସିଂହଭୂମି, ଝାରଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାର ନକ୍ସଲ ପ୍ରଭାବିତ ଗୁଭା ଥାନା ଅନ୍ତର୍ଗତ କୋଲ୍ହାନ ଜଙ୍ଗଲରେ ସୋମବାର ସୁରକ୍ଷାବଳଙ୍କ ଅପରେସନ ସମୟରେ ଚାରି ନକ୍ସଲ ନିହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ମହିଳା ନକ୍ସଲ ବି ଅଛନ୍ତି । ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ ହୋଇଛି । ନିହତ ନକ୍ସଲ ମଧ୍ୟରେ 10ଲକ୍ଷ ଟଙ୍କାର ଇନାମୀ କମାଣ୍ଡର ବି ସାମିଲ ରହିଛି । ବରିଷ୍ଠ ପୋଲିସ ଅଧିକାରୀ ,ନେଇ ସୂଚନା ପ୍ରଦାନ କରିଛନ୍ତି ।
ସେ କହିଛନ୍ତି ଯେ, ଦୁଇଜଣ ନକ୍ସଲ ଜୀବିତ ଧରାପଡିଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ଏରିଆ କମାଣ୍ଡର ଓ ଜଣେ ମହିଳା ନକ୍ସଲ ଅଛନ୍ତି । ଏବେ ତଲାସୀ ଅଭିଯାନ ଜାରି ରହିଛି ।