ଜୟପୁର, ଜୟପୁର ସ୍ଥିତ ବିକ୍ରମଦେବ ସ୍ଵୟଂଶାସିତ ମହାବିଦ୍ୟାଳୟର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସ୍ନାତକରେ ୬୪ ପ୍ରତିଶତ ଏବଂ ସ୍ନାତୋକତରରେ ୮୯ ପ୍ରତିଶତ କୃତକାର୍ଯ୍ୟ ହୋଇଛନ୍ତି। କଳା ବିଭାଗର ବେଷ୍ଟ ଗ୍ରାଜୁଏଟ୍ ଭାବେ ରାଜନୀତି ବିଜ୍ଞାନ ଛାତ୍ରୀ ବିଜେତା ମଣୀ, ବାଣିଜ୍ୟର ଏକାଉଂଟାନ୍ସି ଛାତ୍ର ଜି.ଶଶାଙ୍କ ରାଜ ଏବଂ ବିଜ୍ଞାନର କମ୍ପ୍ୟୁଟର୍ ବିଭାଗରୁ ଟି.ସାଇ ଦୀକ୍ସା ମନୋନୀତ ହୋଇଥିବା ଜଣାଯାଇଛି ।
ଆଜିର ଫଳାଫଳରୁ ଜଣାଯାଇଛି ଯେ, ବିଜ୍ଞାନ ସ୍ନାତକ ପରୀକ୍ଷାରେ ୨୦୦ ଜଣ ଭାଗ ନେଇଥିବା ବେଳେ ୧୪୧ ଜଣ କୃତକାର୍ଯ୍ୟ ହୋଇଥିଲେ । ଏଥିରେ ୧୦୪ ଜଣ ପ୍ରଥମ ଶ୍ରେଣୀ ଏବଂ ୩୭ ଜଣ ଦ୍ଵିତୀୟ ଶ୍ରେଣୀରେ ରହିଛନ୍ତି । ସେହିପରି କଳା ବିଭାଗ ସ୍ନାତକ ପରୀକ୍ଷାର ୨୫୫ ଜଣଙ୍କ ମଧ୍ୟରୁ ୧୭୩ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୧୦୭ ପ୍ରଥମ ଏବଂ ୬୬ ଜଣ ଦ୍ଵିତୀୟ ଶ୍ରେଣୀ ପାଇଛନ୍ତି । ବାଣିଜ୍ୟ ସ୍ନାତକରେ ସର୍ବାଧିକ ୨୭୧ ଜଣ ପରୀକ୍ଷା ଦେଇଥିବା ବେଳେ ମାତ୍ର ୧୪୮ ଜଣ ପାସ୍ ହୋଇଛନ୍ତି । ଏଥିରୁ ମାତ୍ର ୪୮ ଜଣ ପ୍ରଥମ ଏବଂ ୧୦୦ ଜଣ ଦ୍ଵିତୀୟ ଶ୍ରେଣୀ ରଖିଛନ୍ତି । ସେହିପରି ସ୍ନାତକ ଅର୍ଥନୀତିରେ ନିବେଦୀତା ସାହୁ, ଶିକ୍ଷା ସୁଭସ୍ମିତା ବେହେରା, ମାନବଶାସ୍ତ୍ରରେ ସୀତେଶ ହରିଜନ, ଇଂରାଜୀରେ ସ୍ମୃତିମେଧା ମିଶ୍ର, ଇତିହାସରେ ଜୟସେନ ଖିଲ, ଭୁଗୋଳ ପଲ୍ଲଭୀ ପଟ୍ଟନାୟକ, ଓଡ଼ିଆ କେ.ଭାଗ୍ୟଶ୍ରୀ, ସମାଜବିଜ୍ଞାନରେ ଗୌରଭ ବେହେରା, ଦର୍ଶନଶାସ୍ତ୍ର ସ୍ୱତୀ ସ୍ଵରୂପ ମହାପାତ୍ର, ଗଣିତ ଶାଗରିକା ମେହେରା, ଉଦ୍ଭିଦ ବିଜ୍ଞାନରେ ଜି.ଚୈତନ୍ୟ, ରସାୟନ ବିଜ୍ଞାନ ସ୍ମରଣିକା ପାଢ଼ୀ, ପଦାର୍ଥ ବିଜ୍ଞାନ ବି.ମଣିକାନ୍ତ, ପ୍ରାଣୀ ବିଜ୍ଞାନରେ ଅମ୍ରୀତ ଚୌଧୁରୀ ପ୍ରମୁଖ ଟପର୍ ହୋଇଛନ୍ତି । ସେହିପରି ଅନୁଷ୍ଠାନର ସ୍ନାତୋକତର ପରକ୍ଷା ଫଳ ମଧ୍ୟ ପ୍ରକାଶିତ ହୋଇଛି । ଏହି ପରିକ୍ଷାର ଅର୍ଥନୀତିରେ ୨୭ ଜଣ ଭାଗ ନେଇଥିବା ବେଳେ ୧୭ ଜଣ ପ୍ରଥମ, ୪ ଦ୍ଵିତୀୟ, ଇଂରାଜୀର ୨୬ ଜଣଙ୍କ ମଧ୍ୟରୁ ୧୯ ଜଣ ପ୍ରଥମ, ୪ ଜଣ ଦ୍ଵିତୀୟ, ଜଣେ ତୃତୀୟ ଶ୍ରେଣୀ, ଇତିହାସର ୩୨ରୁ ୨୭ ଜଣ ପ୍ରଥମ, ୨ ଜଣ ଦ୍ଵିତୀୟ, ଓଡ଼ିଆର ୨୪ ଜଣଙ୍କ ମଧ୍ୟରୁ ୨୩ ଜଣ ପ୍ରଥମ ଏବଂ ଜଣେ ଦ୍ଵିତୀୟ ଶ୍ରେଣୀ, ରାଜନୀତି ବିଜ୍ଞାନର ୩୩ରୁ ୨୯ ଜଣ ପ୍ରଥମ, ଜଣେ ତୃତୀୟ, ଦର୍ଶନଶାସ୍ତ୍ର ୧୪ ମଧ୍ୟରୁ ୬ ଜଣ ପ୍ରଥମ, ୫ ଜଣ ଦ୍ଵିତୀୟ, ୨ ଜଣ ତୃତୀୟ, ସମାଜବିଜ୍ଞାନ ୧୯ରୁ ୪ ଜଣ ପ୍ରଥମ, ୯ ଜଣ ଦ୍ଵିତୀୟ, ଜଣେ ତୃତୀୟ, ବାଣିଜ୍ୟ ୨୯ରୁ ୨୪ ଜଣ ପ୍ରଥମ, ଜଣେ ଦ୍ଵିତୀୟ, କମ୍ପ୍ୟୁଟର ବିଜ୍ଞାନ ୧୪ରୁ ୭ ଜଣ ପ୍ରଥମ, ୬ ଜଣ ଦ୍ଵିତୀୟ, ଗଣିତର ୧୧ରୁ ୪ ଜଣ ପ୍ରଥମ, ୨ ଜଣ ଦ୍ଵିତୀୟ ଏବଂ ଜଣେ ତୃତୀୟ, ଉଦ୍ଭିଦ ବିଜ୍ଞାନ୧୪ରୁ ୭ ଜଣ ପ୍ରଥମ ଶ୍ରେଣୀ, ରସାୟନ ବିଜ୍ଞାନ ୧୦ରୁ ୮ ଜଣ ପ୍ରଥମ ଶ୍ରେଣୀ, ପଦାର୍ଥ ବିଜ୍ଞାନ ୧୪ରୁ ୬ ଜଣ ପ୍ରଥମ, ଜଣେ ଦ୍ଵିତୀୟ ଶ୍ରେଣୀ, ପ୍ରାଣୀ ବିଜ୍ଞାନର ୮ ଜଣ ମଧ୍ୟରୁ ୪ ଜଣ ପ୍ରଥମ ଶ୍ରେଣୀ, ଏମ୍ପି ଏମଆଇଆର ୯ ଜଣ ମଧ୍ୟରୁ ୭ ଜଣ ପ୍ରଥମ ଶ୍ରେଣୀ ଏବଂ ଜଣେ ଦ୍ଵିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ଜଣାଯାଇଛି । ସ୍ନାତୋକତରରେ ମୋଟ ୨୮୪ ଜଣ ପରୀକ୍ଷା ଦେଇଥିବା ବେଳେ ୧୯୨ ଜଣ ପ୍ରଥମ, ୩୬ ଜଣ ଦ୍ଵିତୀୟ, ୬ ଜଣ ତୃତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ୧୯ ଜଣଙ୍କ ନାମ ଆଉଟ୍ ଷ୍ଟାଣ୍ଡିଂ ତାଲିକାରେ ରହିଛି ।
ପିଜିର ଟପ୍ପର୍ ତାଲିକାରେ ଅର୍ଥନୀତି ପାଇଁ ଅନୁପମା ସାହୁ, ଇଂରାଜୀ ଅଭିପ୍ସା ମହାପାତ୍ର, ଇତିହାସ ଲେୱିସ୍ ଚନ୍ଦ୍ର ସାହୁ, ଓଡ଼ିଆ ସଞ୍ଜୟ ଖେମୁଣ୍ଡୁ, ଦର୍ଶନଶାସ୍ତ୍ର ଅନୁଧା ସାହୁ, ରାଜନୀତି ବିଜ୍ଞାନ ବାବୁଲା ପାଙ୍ଗୀ, ସମାଜଶାସ୍ତ୍ର ମିନୁ ଗଣ୍ଡା, ଉଦ୍ଦିଦ ବିଜ୍ଞାନ ସ୍ମିତା ସାବତ, ରସାୟନ ବିଜ୍ଞାନ ମନୋଜ ମହାନ୍ତି, କମ୍ପ୍ୟୁଟର୍ ବିଜ୍ଞାନ ଭି.ହସ୍ମିତା, ପଦାର୍ଥ ବିଜ୍ଞାନ ସ୍ମିତା ରକ୍ସା, ପ୍ରାଣୀ ବିଜ୍ଞାନ ଅଶୋକ ପାଣ୍ରିଗାହୀ, ଏମ୍ପିଏମ୍ଆଇଆର୍ରେ ପି.ଭାର୍ଗବୀ ରାଓଙ୍କ ନାମ ରହିଥିବା ପରୀକ୍ଷା ନିୟନ୍ତ୍ରକଙ୍କ ପକ୍ଷରୁ ଜଣାଯାଇଛି ।