ନୂଆଦିଲ୍ଲୀ, ବିଜେପି ପଶ୍ଚିମବଙ୍ଗରେ ହୋଇଥିବା ରାଜନୈତିକ ହିଂସାକୁ ନେଇ ଚାରି ସଦସ୍ୟ କମିଟି ଗଠନ କରିଛି । ଏହି କମିଟିର ସଂଯୋଜକ ସାଂସଦ ବିପ୍ଳବ କୁମାର ଦେବକୁ କରାଯାଇଛି । ଏହି କମିଟିରେ ସାଂସଦ ରବିଶଙ୍କର ପ୍ରସାଦ, ସାଂସଦ ବୃଜଲାଲ, ସାଂସଦ କବିତା ପାଟିଦାର ସାମିଲ ହୋଇଛନ୍ତି । ଶନିବାର ବିଜେପି ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ପାର୍ଟି ଅଧ୍ୟକ୍ଷ ଜେପି ନଡ୍ଡା ପଶ୍ଚିମବଙ୍ଗ ଗସ୍ତ କରି ସ୍ଥିତିର ତୁରନ୍ତ ଅନୁଧ୍ୟାନ କରିବା ଏବଂ ସେଠାକାର ସ୍ଥିତିର ରିପୋର୍ଟ ପାର୍ଟି ଅଧ୍ୟକ୍ଷକୁ ଦେବା ପାଇଁ ଏକ କମିଟି ଗଠନ କରିଛନ୍ତି ।