କାଜିରଙ୍ଗା, ମୁଖ୍ୟମନ୍ତ୍ରୀ ଡଃ. ହେମନ୍ତ ବିଶ୍ଵ ଶର୍ମା ଆଗାମୀ ବନ୍ୟା ସ୍ଥିତିକୁ ନେଇ ଶନିବାର ଅପରାହ୍ନରେ କାଜିରଙ୍ଗାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ସାମିଲ୍ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ କାଜିରଙ୍ଗାର ଆୟରା ହୋଟେଲରେ ୫ ଜିଲ୍ଲାର ଜିଲ୍ଲା ଆୟୁକ୍ତ ଓ ପୋଲିସ ଅଧିକ୍ଷକ ମାନଙ୍କ ସହିତ ପାର୍କ ର ଆଖପାଖ ଜିଲ୍ଲା ଗୁଡିକର ଜିଲ୍ଲା ଆୟୁକ୍ତ, ପୋଲିସ ଅଧିକ୍ଷକ ଏବଂ ବନ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ।