ମାଲକାନଗିରି- ଜିଲ୍ଲାପାଳଙ୍କ ପିଏ ଆତ୍ମହତ୍ୟା ଘଟଣାରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କ ଗିରଫ ଦାବି କରି ଆଜି କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ମାଲକାନଗିରି ବନ୍ଦ ଡାକରା ଦିଆଯାଇଛି । ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ନେତୃତ୍ବରେ ଏହି ବନ୍ଦ ଡ଼ାକରା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ସକାଳୁ କଂଗ୍ରେସ କର୍ମୀ ମାନେ ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।ସମଗ୍ର ଜିଲ୍ଲାରେ ଯାନବାହନ ଚଳାଚଳ ବନ୍ଦ ରହିଛି । ଦୋକାନ ବଜାର, ସ୍କୁଲ, କଲେଜ ଓ ସମସ୍ତ କାର୍ଯ୍ୟାଳୟ ବନ୍ଦ ରଖାଯାଇଛି । ପିଏ ଆତ୍ମହତ୍ୟା ମାମଲାରେ ଜିଲ୍ଲାପାଳଙ୍କୁ ଗିରଫ କରିବାକୁ ଏଥିରେ ଦାବି କରାଯାଇଛି । ସେହିପରି କଂଗ୍ରେସର ବନ୍ଦ ପାଳନକୁ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ବନ୍ଦ ରଖାଯାଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳଙ୍କ ବିରୋଧରେ ଅଭିଯୋଗ ଅଣାଯାଇଥିଲା ବେଳେ ଜିଲ୍ଲାପାଳଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆନ୍ଦୋଳନ ପାଇଁ ଧମକ ଦିଆଯାଇଥିଲା। ଏଥି ସହ ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କୁ ଗିରଫ କରିବା ଦାବିରେ କଂଗ୍ରେସ ପକ୍ଷରୁ ଥାନା ଘେରାଉ କରାଯାଇଥିଲା ।
Related Stories
November 22, 2024