ବଲାଙ୍ଗୀର– ପୂର୍ବରୁ ପ୍ରଚଳିତ ପରମ୍ପରା ପବିତ୍ର ଶିବ ପାର୍ବତି ବିବାହ ମହୋତ୍ସ ଶିତଳ ଷଷ୍ଠୀ ଶୋଭାଯାତ୍ରାରେ ସାମିଲ ଥିବା ଶ୍ରଦ୍ଧାଳୁ, ଭକ୍ତ, ଜଳ ପିପାସୁ, ଦର୍ଶକ ତଥା ଜନସାଧାରଣଙ୍କ ଆବଶ୍ୟକତା କୁ ଆକଳନ କରି ଦିର୍ଘ ବର୍ଷ ଦହିପାଣି ବଣ୍ଟନ କରି ଆସୁଥିବା କୁଲୁତା ସମାଜ ବଲାଙ୍ଗିର ଦ୍ଵାରା ଚଳିତ ବର୍ଷ ତା.୧୩.୦୬.୨୪ ଗୁରୁବାର ଦିନ ଶିତଳ ଷଷ୍ଠୀ ଶୋଭାଯାତ୍ରା ଉପଲକ୍ଷେ ବଲାଙ୍ଗିର ସହର ଘଣ୍ଟା ଘର ପାଟନା ଛକରେ ଦହି ସରବତ ଓ ଥଣ୍ଡା ପାଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଅଛି।
ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା ସଭାପତି ବେଲାରସିଂ ଭୋଇ, ସମାଜର ସଭାପତି ରବିନ୍ଦ୍ର କୁମାର ପ୍ରଧାନ, ସଂପାଦକ ବିଦେଶି ପ୍ରଧାନ, କୋଷାଧ୍ୟକ୍ଷ ଅଜିତ କୁମାର ଭୋଇ, ପୂର୍ବତନ ସଭାପତି ସୁରଥ ପ୍ରଧାନ, ଉପଦେଷ୍ଟା ରାହାସ ବିହାରୀ ମାଝି, ସଂଜୟ ଭୋଇ, ଭାଷ୍କର ସାହୁ, ଯାଦବ ଭୋଇ, ଉପ-ସଭାପତି ଜ୍ୟୋସ୍ନାମୟୀ ପ୍ରଧାନ, ସହ-ସଂପାଦକ ମଧୁ ସାହୁ, ସେବା ସଦନ କାର୍ଯ୍ୟରେ ଓତପ୍ରତ ଭାବରେ ଜଡିତ କାର୍ଯ୍ୟକାରୀ କମିଟିର ବରିଷ୍ଠ ସଭ୍ୟ ରାଜେନ୍ଦ୍ର ପ୍ରସାଦ ସାହୁ, ସାନ୍ତନୁ ପାତ୍ର, ପୂର୍ବତନ କୋଷାଧ୍ୟକ୍ଷ ଗୋବର୍ଦ୍ଧନ ପ୍ରଧାନ, ଯୁବ ସାମୁଖ୍ୟର ମୁଖ୍ୟ ରାମ ଚନ୍ଦ୍ର ଭୋଇ (ସୂର୍ଯ୍ୟ), ସଂଯୋଜକ ରବିନ୍ଦ୍ର ପ୍ରଧାନ, ସଂଜିବ ସାମଲ, ସୁଦର୍ଶନ ସାହୁ (ରିନ୍ଟୁ), ଲକ୍ଷ୍ମଣ ବିଶ୍ଵାଳ, ଶ୍ରୀନିବାସ ସାହୁ, ଜିତୁଲାଲ ସାହୁ, ରହିନ ରଂଜନ ସାହୁ, ଜିତେନ୍ଦ୍ର ବିଶ୍ଵାଳ, ଚୈତନ୍ୟ ସା, ଝିଲୁ ସାହୁ, ଜିଲ୍ଲା ଯୁବ ସଭାପତି ଉମେଶ ଗଡତ୍ୟା, କାର୍ଯ୍ୟକ୍ରମର କର୍ମକର୍ତ୍ତା ସରୋଜ ମାଝି, ଅଗ୍ନି ପ୍ରଧାନ, ମନୋଜ ବିଶ୍ଵାଳ, ତ୍ରିନାଥ ପ୍ରଧାନ, ବିକାଶ ପ୍ରଧାନ ଉପସ୍ଥିତ ରହି ସମ୍ପୁର୍ଣ୍ଣ ସହଯୋଗ କରିଥିଲେ । ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ଵ ଶୋଭାଯାତ୍ରା ଦେଖଣାହାରି ଦର୍ଶକ ଜଳପାନ କରି ଆତ୍ମତୃପ୍ତି ଲାଭ କରିଥିଲେ । ବିଶେଷ କରି ସମାଜର ପୂର୍ବତନ ସଂପାଦକ ତଥା ବର୍ତ୍ତମାନ ବଲାଙ୍ଗିର ଟେକ୍ସ ଏଡଭୋକେଟ ଏସୋସିଏସନ ର ସଭାପତି ସାନ୍ତନୁ କୁମାର ଭୋଇ ଓ କୁନି ପ୍ରତ୍ୟାଷା ଭୋଇ, ସ୍ଵୟମ ଶେଖର ସାମଲ, ଆୟୁଷ୍ମାନ ସାହୁ ତଥା ଅନେକ ବ୍ୟକ୍ତି ବିଶେଷଙ୍କ ଦ୍ଵାରା କାର୍ଯ୍ୟକ୍ରମଟି ସଫଳ ହୋଇଅଛି । ଆଗାମୀ ବର୍ଷ ଭକ୍ତ ଦର୍ଶକଙ୍କୁ ଆକଳନ କରି ଆହୁରି ଅଧିକ ଲୋକଙ୍କ ପାଇଁ ସେବା କାର୍ଯ୍ୟ ଅବ୍ୟାହତ ରହିବ ଓ ମହାଆଡମ୍ବର ସହ ମହାନ ସେବା କାର୍ଯ୍ୟ ଚାଲୁ ରହିବା ପାଇଁ କୁଲୁତା ସମାଜ ବଲାଙ୍ଗିର ଏକନିଷ୍ଠବଦ୍ଧ ବୋଲି କୋଷାଧ୍ୟକ୍ଷ ଅଜିତ କୁମାର ଭୋଇ ଆଶାବ୍ୟକ୍ତ କରିଛନ୍ତି ।