
ଗଞ୍ଜାମ– ଗ୍ରାମ ପଞ୍ଚାୟତ ବାସୀଙ୍କୁ ଵସୁଧା ଜଳ ଯୋଗାଣ ବ୍ୟବସ୍ଥାରେ ପ୍ରତ୍ୟେକ ଗୃହକୁ ମାଗଣାରେ ପାଇପ ଜଳ ଯୋଗାଣ ପାଇଁ ନିୟମ ରହିଥିବା ବେଳେ ବ୍ରହ୍ମପୁର ଉପକଣ୍ଠରେ ବସବାସ କରୁଥିବା ଵ୍ରଜନଗର, ଗଜପତି ନଗର, ଅଳକାପୁରୀ ଅଞ୍ଚଳର ହଜାର ହଜାର ଜନସାଧରଣଙ୍କ ଠାରୁ ଵ୍ରହ୍ମପୁର ଜଳ ଓ ପରିମଳ ବିଭାଗ ପକ୍ଷରୁ ବାର୍ଷିକ ହଜାର ହଜାର ଟଙ୍କା ଜଳ ଟିକସ ଆଦାୟ କରାଯାଉଛି। ଫଳରେ ଏହି ଅଞ୍ଚଳର ଜନସାଧାରଣ ଅସନ୍ତୋଷ ପ୍ରକାଶ କରି ଏହାର ପ୍ରତିକାର ପାଇଁ ମନ୍ତ୍ରୀ ବିଭୂତି ଭୂଷଣ ଯେନାଙ୍କ ଠାରେ ଅଭିଯୋଗ କରିଛନ୍ତି।