ଭୁବନେଶ୍ୱର- ଦୁବାଇରେ ଫସିଛନ୍ତି ରାଜନଗର ଓ ପଟ୍ଟାମୁଣ୍ଡାଇ 27 ରୁ 28 ଜଣ ଶ୍ରମିକ । ୟୁନାଇଟେଡ଼ ମାଷ୍ଟର ଇଲେକ୍ଟ୍ରୋମେକାନିକାଲ କମ୍ପାନୀରେ କାମ ଦେବାକୁ କହି ଅନ୍ୟ ଏକ କଂପାନୀରେ କାମ କରାଉଛନ୍ତି । 10 ଘଣ୍ଟା କାମ କରାଇ 8 ଘଣ୍ଟାର ପଇସା ଦେଉଛି କମ୍ପାନୀ । କମ୍ପାନୀରେ କାମ କରୁଥିବା ଭଦ୍ରକର ସନାତନ ପରିଡା ଚିକିତ୍ସା ଅବହେଳାରୁ ମୃତ୍ୟୁ ଅଭିଯୋଗ ଆଣି କମ୍ପାନୀ ଆଗରେ ଧାରଣା ଦେଇଛନ୍ତି । ଫେରାଇ ଆଣିବାକୁ ସରକାରକୁ ନିବେଦନ କରିଛନ୍ତି ଶ୍ରମିକ ।
Related Stories
November 23, 2024