ବଲାଙ୍ଗିର– ଆଜି ପୂର୍ବାହ୍ନରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂଦେଓ ବଲାଙ୍ଗିର ମହାରାଣୀ ସାଗରର ପଙ୍କୋଦ୍ଧାର ଓ ସୈାନ୍ଦର୍ଯ୍ୟକରଣ ପାଇଁ ଚାଲିଥିବା କାର୍ଯ୍ୟର ସମୀକ୍ଷା ସହିତ ମୁନିସିପାଲଟି କାଉନ୍ସିଲ ହଲ ରେ ମୌସୁମି ପୂର୍ବରୁ ସହରର ବିଭିନ୍ନ ବନ୍ୟାକ୍ଲିଷ୍ଟ ଅଞ୍ଚଳ ଚିହ୍ନଟ ଓ ପ୍ରତିକାର ବ୍ୟବସ୍ଥା ପାଇଁ ଅଧିକାରୀ ମାନଙ୍କ୍ ସହିତ ବୈଠକ ଅନୁଷ୍ଠିତ ହୋଇଥିଲା। ୧୨ କୋଟି ଟଙ୍କାରେ ମହାରାଣୀ ସାଗର ବିନା ଲୋକଙ୍କୁ ବିସ୍ଥାପିତ କରି ସାଗର ଭିତରକୁ ମଇଳା ପାଣି ନଯିବା ପାଇଁ ବାହାରେ ହେଉଥିବା କାମକୁ ଦେଖିଥିଲେ।
ବଲାଙ୍ଗିର ମୁନିସିପାଲଟି ଚେୟାରମ୍ୟାନ ଲିଳା ସାହୁ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ଵମ୍ବର ମିଶ୍ର ବିଭିନ୍ନ ଅଧିକାରୀ ଓ କାର୍ଯ୍ୟକରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମାନେ ଉପସ୍ଥିତ ଥିଲେ।