ଧର୍ମଶାଳା, ଯାଜପୁର ଜିଲା ବଡଚଣା ବ୍ଲକ ଚଣ୍ଡିଖୋଲ ଏକ ମୁଖ୍ୟ ବ୍ୟବସାୟ ପେନ୍ଥସ୍ଥଳୀ । ଏଠାକୁ ପ୍ରତିଦିନ ଶହଶହ ଲୋକେ ବିଭିିନ୍ନ କାରଣ ନେଇ ଆସିଥାନ୍ତି । ଓଡିଶାର ମଧ୍ୟଭାଗ ଭଳି ଚଣ୍ଡିଖୋଲରୁ ରାଜ୍ୟର ବିଭିନ୍ନ ପ୍ରାନ୍ତକୁ ଯାତାୟତ କରିବାର ସୁବିଧା ରହିଛି । କେବଳ ରାଜ୍ୟ ଭିତରେ ନୁହେଁ ବାହାର ରାଜ୍ୟକୁ ଯୋଗାଯୋଗର ମାଧ୍ୟମ ହେଉଛି ଚଣ୍ଡିଖୋଲ ଛକ । ହେଲେ ଏହି ଛକ ମଧ୍ୟରେ ଥିବା ରାସ୍ତା ମରଣଯନ୍ତା ପାଲଟିଛି । ଚଣ୍ଡିଖୋଲରୁ ପାରାଦୀପକୁ ଯିବା ପାଇଁ ଏକ ରାସ୍ତା ଛକ ଦେଇ ଜାତୀୟ ରାଜପଥ ୫(କ)ରେ ସିଧାସଳଖ ସଂଯୋଗ କରୁଛି । ସେହି ରାସ୍ତା ବର୍ତମାନ ଖାଲଖମାରେ ଭରି ହୋଇ ରହିଛି । ରାସ୍ତା ସାରା ବଡବଡ ଖାଲ ହୋଇଥିବାରୁ ଦୈନିକ ଛୋଟବଡ ଦୁର୍ଘଟଣା ଘଟୁଛି । ପ୍ରତିଦିନ ହଜାର ହଜାର ଲୋକେ ଏହି ଛକ ନିର୍ଭର କରିଥାନ୍ତି । ହେଲେ ଚଣ୍ଡିଖୋଲ ଟ୍ରାଫିକ୍ ଛକଠାରୁ ପାରାଦୀପ ଯିବାକୁ ଯେଉଁ ରାସ୍ତା ରହିଛି ବର୍ତମାନ ସେଥିରେ ଚାଲିକି ଯିବା କଷ୍ଟକର ହୋଇପଡୁଛି । ବଡ ଗାଡି ଗୁଡିକ ଭୁଲବଶତଃ ସେହି ଖାଲରେ ପଡିଲେ ତା ଭିତରୁ ବାହାରିବା ପାଇଁ ନାକେଦମ୍ ହେଉଥିବାର ଦେଖିବାକୁ ମିଳୁଛି । ଛୋଟ ଦୁଇ ଚକିଆ ଯାନ ସେ ପଟେ ଯିବା ଏକ ପ୍ରକାର ସମ୍ଭବ ହେଉ ନାହିଁ । ବହୁ ଦିନ ଧରି ଏଠାରେ ଖାଲ ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ନଜର ପଡୁ ନାହିଁ । ବାରମ୍ବାର ଏହି ଖାଲରେ ପଡି ଲୋକେ ଖଣ୍ଡିଆ ଖାବରା ହେଉଥିବାର ଅଭିଯୋଗ ହେଉଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ବର୍ଷା ପୂର୍ବରୁ ତୁରନ୍ତ ଛକ ରାସ୍ତା ମରାମତି କାରିବାକୁ ଛକର ବ୍ୟବସାୟୀ ଓ ସାଧାରଣ ଲୋକେ ଦାବି କରିଛନ୍ତି ।
Related Stories
December 9, 2024