ଧର୍ମଶାଳା, ସ୍ୱାସ୍ଥ୍ୟ ହିଁ ସମ୍ପଦ । ମଣିଷର ଆଖି ଅମୂଲ୍ୟ ସମ୍ପଦ । ମଣିଷ ସବୁ ବେଳେ ସୁସ୍ଥ ରହିବାକୁ ଚାହେଁ । ହେଲେ ଡାକ୍ତରଖାନାରେ ଡାକ୍ତର ଅଭାବରୁ ରୋଗୀ ଅନେକ ସମୟରେ ଛଟପଟ ହୋଇଥାଏ । ବିଶେଷ କରି ଯାଜପୁର ଜିଲାର ବିଭିିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଭିଜ୍ଞ ଚକ୍ଷୁ ଡାକ୍ତର ନାହାନ୍ତି । ସ୍ୱାସ୍ଥ୍ୟ ସେବା ଓ ଡାକ୍ତର ନିଯୁକ୍ତିକୁ ନେଇ ସବୁବେଳେ ଯାଜପୁର ଜିଲା ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସବୁବେଳେ ଚର୍ଚ୍ଚାରେ ରହିଆସୁଛି । ବରୀ ଏକ ଅପହଂଚ ଅଂଚଳଭାବେ ବେଶ୍ ପରିଚିତ । ଚାରିପଟୁ ନଦୀ ନାଳ ଘେରି ରହିଛି । ବ୍ଲକଟି ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ସବୁବେଳେ ସମସ୍ୟା ଭୋଗି ଆସୁଛି । ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ପଦବୀ ପୂରଣ ହୋଇ ପାରୁନାହିଁ । ଯାହାକି ଅଂଚଳର ମୁଖ୍ୟ ସମସ୍ୟା ହୋଇ ରହିଛି । ସ୍ୱାସ୍ଥ୍ୟ କେନ୍ଦ୍ରରେ ଚକ୍ଷୁ ବିଭାଗ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ହେଲେ ଏହି ବିଭାଗରେ କୌଣସି ଡାକ୍ତର ନାହାନ୍ତି । ଫଳରେ ଚକ୍ଷୁ ରୋଗୀ ଏଠାରେ ଚିକିତ୍ସା ନ ପାଇ ଜିଲା ଓ ଜିଲା ବାହାର ଡାକ୍ତରଖାନାକୁ ଖର୍ଚ୍ଚାନ୍ତ ହୋଇ ଯିବାକୁ ପଡୁଛି । ପ୍ରତ୍ୟେକ ଦିନ ଏଠାକୁ ୨୦ରୁ ଉର୍ଦ୍ଧ ଚକ୍ଷୁ ରୋଗୀ ଆସି ନିରାଶ ହୋଇ ଘରକୁ ଫେରିଥାନ୍ତି । ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ କିପରି ଡାକ୍ତର ନିଯୁକ୍ତି କରାଯାଉ ନାହିଁ ତାହା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଡେପୁଟିଭାବେ ଜଣେ ଡାକ୍ତର ସପ୍ତାହକୁ ୨ ଥର ଆସୁଥିବା ବେଳେ ଅଧିକ ରୋଗୀ ହେବାରୁ ଚିକିତ୍ସା ନ ପାଇ ଘରକୁ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳୁଛି । ତୁରନ୍ତ ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ବିଭିନ୍ନ ମହଲରୁ ଦାବି ହେଉଛି ।
Related Stories
November 22, 2024