
ନୂଆଦିଲ୍ଲୀ, ଭୂପେନ୍ଦ୍ର ଯାଦବ ମଙ୍ଗଳବାର ଦିନ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଯାଦବ କହିଛନ୍ତି ଯେ,ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦର୍ଶୀ ନେତୃତ୍ୱରେ ମୁଁ ବିକାଶ ଓ ପରିବେଶ ସଂରକ୍ଷଣ ସୁନିଶ୍ଚିତ କରିବା ଦିଗରେ କାମ କରିବା ଜାରି ରଖିବା ପାଇଁ ଉତ୍ସୁକ ଅଟେ, କାରଣ ଦେଶ ସବୁବେଳେ ବିକାଶର ସମର୍ଥନ କରି ବିକଶିତ ଭାରତ ନିର୍ମାଣ ଦିଗରେ ଆଗକୁ ବଢୁଛି ।