ନୂଆଦିଲ୍ଲୀ, ଗଜେନ୍ଦ୍ର ସିଂହ ଶେଖାୱତ ମଙ୍ଗଳବାର କେନ୍ଦ୍ର ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଅବସରରେ ପର୍ଯ୍ୟଟନ ମନ୍ତ୍ରାଳୟର ସଚିବ ଭି.ବିଦ୍ୟାବତୀ ଓ ସଂସ୍କୃତି ମନ୍ତ୍ରାଳୟ ଗୋବିନ୍ଦ ମୋହନଙ୍କ ସହିତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀଙ୍କ ସ୍ୱାଗତ କରିଥିଲେ । ଗଜେନ୍ଦ୍ର ସିଂହ ଶେଖାୱତ ତାଙ୍କ ଉପରେ ବିଶ୍ୱାସ ପ୍ରକଟ କରିଥିବାରୁ ପିଏମ ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ମିଡିଆ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ତାଙ୍କୁ ବିଶ୍ୱସ୍ତରରେ ଭାରତର ପ୍ରଦର୍ଶନ କରିବା ଓ ବିଶ୍ୱକୁ ଆମ ଦେଶକୁ ନିମନ୍ତ୍ରଣ କରିବା ପାଇଁ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବିଭିନ୍ନ ଯାତ୍ରା ଓ ଶବ୍ଦ ମାଧ୍ୟମରେ ଆମର ପର୍ଯ୍ୟଟନ କ୍ଷମତା ଉପରେ ଗୁରୁତ୍ୱ ଦେଇଛନ୍ତି । ଆମେ କଶ୍ମୀରରୁ କନ୍ୟାକୁମାରୀ ଯାଏ ଆମର ବିଭିନ୍ନ ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟ ସ୍ଥଳକୁ ଉଜାଗର କରି ଏହାକୁ ପ୍ରୋତ୍ସାହିତ କରିବା ଦିଗରେ କାମ କରିବୁ ।