
ବ୍ରହ୍ମପୁର: ସିଏଏ (ନାଗରିକତା ସଂଶୋଧନ ଆଇନ)କୁ ନେଇ ଲାଗିରହିଥିବା ଦ୍ବନ୍ଦ କୁ ଲୋକକଂ ମନରୁ ଦୂର କରିବା ପାଇଁ କେନ୍ଦ୍ର ଜଗଂଲ ଓ ପରିବେଶ ମନ୍ତୀ ବାବୁଲ ସୁପ୍ରିୟ ଓ ବିଜେପି ରାଷ୍ଟ୍ରୀୟ ଉପାଧଷ ଓ ପ୍ରବକ୍ତା ବୈଜୟନ୍ତ ପଣ୍ଡା ରେଶମ ସହର ବ୍ରହ୍ମପୁରରେ ଡାଏମଣ୍ଡଟେକଂ ରୋଡ ଠାରେ ଆୟୋଜିତ ଏକ ପଥପ୍ରାନ୍ତ ସଭାରେ ଲୋକକୁଂ ବୁଝାଇବା ସହ ସଚେତନ କରାଇଥିଲେ।ଦେଶ ଏବେ ସଶକ୍ତ ହୋଇଛି ।ଦେଶରେ ରହୁଥିବା ବିଦେଶୀ କୁଂ ଭାରତର ନାଗରିକତା ପ୍ରଦାନ କରିବାକୁ ଏହି ବିଲ ଲାଗୁକରାହୋଇଛି।ଯେଉଁ ଦଳ ମାନେ ଏହାକୁ ବିରୋଧ କରୁଛନ୍ତି ସେମାନେ ଦେଶର କି ବାହାର ଦେଶରୁ ଆସି ଆମଦେଶରେ ରହୁଛନ୍ତି ତାକୁଂ ଶୁଭ ଦ୍ରୃଷ୍ଟିରେ ଦେଖୁନାହାନ୍ତି।”ବାଟରେ ଚାଲୁ ଚାଲୁ ଦେଖାହୁଏ “ଗୀତ ଗାଇ ଲୋକକୁଂ ନଚାଇଥିଲେ ବ୍ରହ୍ମପୁର ବାସୀ ମୋତେ ଆଜି ୪କିମି ଚଲାଇ ବହୁ ସ୍ନେହ ଦେଇଥିବାରୁ ଓଡିଆରେ ବକ୍ତବ୍ୟ ରଖିବାସହ ଗୀତ ଗାଇ ସମପିତ କରିଥିଲେ।ବ୍ରହ୍ମପୁର ଜିଲ୍ଲା ସଭାପତି ବିଭୂତି ଜେନା,ଭ୍ରୃଗୁବକ୍ସି ପାତ୍ର,ଅନିତା ଶୁଭଦଶନୀ,ପିକିଂ ପ୍ରଧାନ,କାହ୍ନୁ ପତି,ରଂଜନ ପୋଲାଇ,ଗୋକୁଳାନନ୍ଦ ମଲ୍ଲିକ,ସୁନୀଲ ସାହୁ କଂ ସହ ଶତାଧିକ ନେତା,କମୀ ମାନେ ଯୋଗଦେଇଥିଲେ।ସଭାକୁ ସଫଳ କରିଥିବାରୁ ବୈଜୟନ୍ତ ପଣ୍ଡା ସମସ୍ତ କୁଂ ସାଧୁବାଦ ଦେଇଥିଲେ।
ରିପୋର୍ଟ: ପ୍ରଫୁଲ୍ଲ ସାବତ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO