ନୂଆଦିଲ୍ଲୀ– ଭାରତୀୟ ଜନତା ପାର୍ଟି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୁପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି । ଦୁଇ କେନ୍ଦ୍ରମନ୍ତ୍ରୀ ଓଡ଼ିଶା ଗସ୍ତ କରିଛନ୍ତି । ରବିବାର ବିଳମ୍ବିତ ରାତିରେ ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଏନେଇ ଏକ ଔପଚାରିକ ବିଜ୍ଞପ୍ତିରେ ଏହାର ଘୋଷଣା କରିଛନ୍ତି ।
ବିଜ୍ଞପ୍ତି ଅନୁସାରେ ଭାରତୀୟ ଜନତା ପାର୍ଟିର ସଂସଦୀୟ ବୋର୍ଡ ଓଡ଼ିଶାରେ ପାର୍ଟିର ବିଧାନସଭାର ନେତା ଚୟନ ପାଇଁ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କରାଯାଇଛି ।