ନୂଆଦିଲ୍ଲୀ, ନରେଲା ଶିଳ୍ପାଚଂଳ ସ୍ଥିତ ଡାଲି ମିଲ୍ ପ୍ଲାଂଟରେ ଗତ ରାତିରେ ନିଆଁ ଲାଗିବା ଫଳରେ ତିନି ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାରେ ୫ ଜଣ ଗୁରୁତର ହୋଇଛନ୍ତି । ଅନ୍ୟ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଛନ୍ତି ।
ପ୍ଲାଂଟରେ ନିଆଁ ଲାଗିବା ପରେ ରହି ରହି ବିସ୍ଫୋରଣ ହୋଇଥିବା କୁହାଯାଉଛି । ଏହି ପ୍ଲାଂଟରେ ମୁଗଡାଲିକୁ ଶୁଖା ଯାଇଥାଏ । ଅଗ୍ନିକାଣ୍ଡ ବେଳେ କିଛି ଶ୍ରମିକ ପ୍ଲାଂଟରେ ଫସି ରହିଥିଲେ । ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗର ଟିମ୍ ସେଠାରେ ପହଂଚି ୯ ଜଣଙ୍କୁ ନିଆଁରୁ ଉଦ୍ଧାର କରି ଏସଏଚଆରସି ହସ୍ପିଟାଲ ନରେଲାରେ ଭର୍ତି କରିଥିଲେ । ତେବେ ସେଠାରେ ତିନି ଜଣଙ୍କର ମୃତ୍ୟୁ ଘଟିଛି । ବିଭାଗୀୟ ସୂତ୍ରରୁ ଏହି ସୂଚନା ମିଳିଛି । ନିଆଁ ଲିଭାଇବା ପାଇଁ ୧୫ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଂଚିଛି । ରାତି ପ୍ରାୟ ୩ଟା ୩୮ ମିନିଟ୍ ସମୟରେ ଦମକଳ ବିଭାଗ ଓ ପୋଲିସକୁ ପ୍ଲାଂଟରେ ନିଆଁ ଲାଗିଥିବା ସମ୍ପର୍କରେ ସୂଚନା ମିଳିଥିଲା ।