ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ସେମାନଙ୍କ ଦାବି ମାନି ନେଇଛନ୍ତି । ମୁଖ୍ୟମନ୍ତ୍ରୀ ବିଭାଗୀୟ ସଚିବମାନଙ୍କୁ ଡକାଇ ଜଟଣୀର ୨୭ଟି ଗ୍ରାମ ଯଥା ବେରୁଅାଁ, ବାଇରଙ୍ଗ, ବୁଢ଼ାପଡା, ଭଁସର, ହରିରାଜପୁର, ନିରଞ୍ଜନପୁର, କନ୍ତିଆ, ରଥିପୁର, କୁସୁମାଟି, ଛଣଘର, କୁଦିଆରୀ ଓ ଓଘରସୁଅାଁ ଇତ୍ୟାଦି ଅଂଚଳର ସ୍ଥିତିବାନ ସଂପତି ଯାହାକି ଭୁଲରେ ଜଗନ୍ନାଥଙ୍କ ଜମିରେ ପରିଣତ ହୋଇଛି, ତାହାର ମାଲିକାନା ସତ୍ୱ ଅଂଚଳବାସୀଙ୍କୁ ଫେରାଇବା ପାଇଁ ନିଦେ୍ର୍ଧଶ ଦେଇଥିଲେ । ସେହିପରି ଦାରୁଠେଙ୍ଗରେ ଥିବା ଡମ୍ପିଂୟାର୍ଡକୁ ସ୍ଥାନାନ୍ତରିତ କରି ସେଠାରେ ଏକ ଟିଟ୍ମେଂଟ ପ୍ଲାଟଂ ପ୍ରତିÂା ହେବ ଏବଂ ଭୁବନେଶ୍ୱରରେ ପ୍ରତ୍ୟେକ ୱାର୍ଡରେ ଡମ୍ପିଂୟାର୍ଡ ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତି ଗ୍ରହଣ କରାଗଲା । ଏହାବ୍ୟତୀତ କପିଳେଶ୍ୱର ମନ୍ଦିରର ଚତୁଃପାଶ୍ୱର୍ର ଉନ୍ନତି କରିବା ସହିତ କେନାଲ ରାସ୍ତାକୁ ଚାରିଟିକିଆ ରାସ୍ତା ନିର୍ମାଣ କରିବା ସହିତ କପିଳେଶ୍ୱର-ଜଟଣୀ ରୋଡକୁ ଚାରିଟିକିଆ ରାସ୍ତା ନିର୍ମାଣ କରିବା, ଜଟଣୀ ତଳଖେଦା ଠାରୁ ଜଟଣୀ ହରିଭାଇନା ଛକ ପର୍ଯ୍ୟନ୍ତ ଚାରିଟିକିଆ ରାସ୍ତା, କେରଙ୍ଗ ଠାରୁ ହଳଦିଆ ପର୍ଯ୍ୟନ୍ତ ଭାୟା ଟାଙ୍ଗିଆପଡା ରାସ୍ତାକୁ ଚାରିଟିକିଆ ରାସ୍ତା ଏବଂ ଜଟଣୀ ଥାନା ଛକ ଠାରୁ ତିରିମଲ ଭାୟା ବାଛେରା ପର୍ଯ୍ୟନ୍ତ ଚାରିଟିକିଆ ରାସ୍ତା ନିର୍ମାଣ ପାଇଁ ନିଷ୍ପତି ନିଆଗଲା ବୋଲି ମୁଖ୍ୟମନ୍ତ୍ରୀ ଜଣାଇଥିଲେ ।
ସୂଚନାଯୋଗ୍ୟ ଯେ ପୂର୍ବରୁ ଏହି ଦାବି ଗୁଡିକ ଜାନୁଆରୀ ୨୬ ତାରିଖ ସୁଦ୍ଧା ସମାଧାନ ନହେଲେ ଶ୍ରୀ ରାଉତରାୟ ଦାରୁଠେଙ୍ଗ ଏବଂ ଜଟଣୀର ୨୭ଟି ଗାଁର ଅଧିବାସୀଙ୍କ ସହିତ ଯାଇ ନବୀନ ନିବାସ ସମ୍ମୁଖରେ ଜାନୁଆରୀ ୨୭ ତାରିଖ ଦିନ ସମୂହ ଆତ୍ମାହୁତି ଦେବେ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଥିଲେ ।
ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମନୋରଂଜନ ଦାଶ, ମାନସ ଆଚାର୍ଯ୍ୟ, ପ୍ରକାଶ ମିଶ୍ର, ରସିକ ପଟ୍ଟନାୟକ, ତରୁଣ ମିଶ୍ର, ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।