
ଭୁବନେଶ୍ୱର – ବକେୟା ବିଦ୍ୟୁତ ବିଲ୍ ପୈଠ ନ କଲେ “ସେସୁ’ ଆସନ୍ତା ୧୬ ତାରିଖରୁ ବିଜୁଳି କାଟିବା ନିଷ୍ପତିକୁ କଂଗ୍ରେସ ବିଧାୟକ ସୁର ରାଉତରାୟ ବିରୋଧ କରିବା ସହ ଆନେ୍ଦାଳନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ଯଦି ବିଦ୍ୟୁତ୍କାଟ୍ ହେବ, ତା’ହେଲେ ରାଜରାସ୍ତାରେ ନିଆଁ ଜଳିବ । କଂଗ୍ରେସ ଏହାର ଜୋରଦାର ପ୍ରତିବାଦ କରିବ । ଏପରିକି ବିଦ୍ୟୁତ୍ କାଟିବା ପାଇଁ ଗାଁ ଭିତରକୁ କାହାକୁ ପୁରାଇ ଦିଆଯିବ ନାହିଁ ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ମୁଣ୍ଡ ଉପରେ ପିଲାମାନଙ୍କ ପରୀକ୍ଷା ରହିଛି, ତେଣୁ “ସେସୁ’ ଓ ସରକାର ଏ ଦିଗରେ ପୁନର୍ବି·ର କରି ନିଷ୍ପତି ବଦଳାନ୍ତୁ । ଏଥିଲାଗି ସରକାରଙ୍କ ହାତରେ ଆଉ ମାତ୍ର ୬ ଦିନ ବାକି ରହିଛି । ତେଣୁ ଗ୍ରାମାଂଚଳରେ ବସବାସ କରୁଥିବା ଗରିବ ପରିବାରକୁ ସମୟ ଦିଆଯିବା ଉଚିତ ବୋଲି ସେ କହିଛନ୍ତି । ସରକାର ଓ ସେସୁ ଏ ନେଇ ପୁଣିଥରେ ତର୍ଜମା କରନ୍ତୁ ନଚେତ୍ କଂଗ୍ରେସ ଆନେ୍ଦାଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ବିଧାୟକ ସୁର ରାଉତରାୟ ।
Editor
ଆମ ସମ୍ପର୍କରେ
ଇଣ୍ଡୋ କଳିଙ୍ଗ ଟାଇମ୍ସ ଓଡିଆ ଭାଷାରେ ସବୁଠାରୁ ଶୀଘ୍ର ଅପ଼଼ଡ଼େଟ ହେଉଥିବା ୱେବସାଇଟ ଓ ୟୁ ଟ୍ୟୁବ ଚ୍ୟାନେଲ । ରାଷ୍ଟ୍ରୀୟ, ଅନ୍ତରାଷ୍ଟ୍ରୀୟ ଓ ବିଶ୍ୱର ସମସାମୟିକ ଖବର ସହିତ ଆମେ ରାଜ୍ୟର ସମସ୍ତ 314ଟି ବ୍ଲକ କଭର କରୁ । ଆପଣ ଆପଣଙ୍କର ଅଂଚଳର ସମସ୍ୟା, ପ୍ରସଙ୍ଗ ଆଦି ଫଟୋ ଓ ଭିଡିଓ କ୍ଲିପ ସହ ପଠାଇ ପାରିବେ । ଆମେ ଆପଣଙ୍କ ସ୍ୱରକୁ ଉଠାଇବୁ ।
HEMANT KUMAR TIWARI
MANAGING EDITOR CUM CEO