![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଗଞାମ, କବିଗୁରୁ ପ୍ରଜ୍ଞା ପ୍ରାଣ ଗଞ୍ଜାମ ଗୌରବ ଉଦୟ ନାଥ ମହାପାତ୍ର ଙ୍କ ନବମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ବ୍ରହ୍ମପୁର ନୁଆ ବସଷ୍ଟାଣ୍ଡ ସ୍ଥିତ ମନମୋହନ ମେନ୍ ସନ୍ ପରିସରରେ ଥିବା ମହେନ୍ଦ୍ର କଳା ସାହିତ୍ୟ ସଂସଦ କାର୍ଯ୍ୟାଳୟ ଠାରେ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ମହେନ୍ଦ୍ର କଳା ସାହିତ୍ୟ ସଂସଦ ର ସଂପାଦିକା ଜ୍ୟୋତ୍ସ୍ନା ରାଣୀ ପଣ୍ଡାଙ୍କ ପରିଚାଳନାରେ ଆୟୋଜିତ ଏହି ସଭାରେ ବରିଷ୍ଠ ଶିକ୍ଷାବିତ୍ କହ୍ନେଇ ପଣ୍ଡା ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଡ଼ା ହୃଷୀକେଶ ମହାନ୍ତି, ମୁଖ୍ୟବକ୍ତା ଭାବେ ସ୍ତମ୍ଭକାର ଦେବୀ ପ୍ରସାଦ ମହାପାତ୍ର ଓ ସମ୍ମାନିତ ଅତିଥି ଭାବେ ବରିଷ୍ଠ ହୋମିଓପାଥିକ ପ୍ରଫେସର ଡ଼ା. ପ୍ରଶାନ୍ତ କୁମାର ପତି ଯୋଗଦେଇ ଓଡ଼ିଆ ସାହିତ୍ୟ ଜଗତ ପ୍ରତି ଉଦୟ ନାଥ ମହାପାତ୍ର ଙ୍କ ଅବଦାନ ଅବିସ୍ମରଣୀୟ ବୋଲି କହିଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ କବୟତ୍ରୀ ବନ୍ଦନା ମହାପାତ୍ର, ଆର୍ ସୁନନ୍ଦା ଚୌଧୁରୀ ଡ଼ ନିବେଦିତା ପଣ୍ଡା ଅନ୍ୱେଷା କଳା କେନ୍ଦ୍ର ର ସଂପାଦିକା ଉଷାରାଣୀ ମହାପାତ୍ର, ଭାରତୀ ମହାପାତ୍ର, ପ୍ରମୀତା ପଣ୍ଡା, ମନୋଜ କୁମାର ପାଢ଼ୀ, ସୁଶାନ୍ତ କର, ବିଶ୍ଵନାଥ ପଣ୍ଡା, ସୁଧୀର ପଟ୍ଟନାୟକ, ଏସ. ଲକ୍ଷ୍ମୀ ଦୋରା, ମମତା ଗୌଡ଼ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଉଦୟ ନାଥ ମହାପାତ୍ରଙ୍କ ସ୍ମୃତିଚାରଣ କରିଥିଲେ । ଶେଷରେ ସଂପାଦିକା ଜ୍ୟୋତ୍ସ୍ନା ରାଣୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ପ୍ରାରମ୍ଭରେ କବି ଉଦୟ ନାଥ ମହାପାତ୍ରଙ୍କ ଫଟୋ ଚିତ୍ର ରେ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା ।