
ନୂଆଦିଲ୍ଲୀ, ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ କରୁଣାନିଧିଙ୍କ ୧୦୦ତମ ଜୟନ୍ତୀରେ ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧି । ସୋମବାର ଚେନ୍ନାଇରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସମାରୋହରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ମଧ୍ୟ ଉପସ୍ଥିତ ଥିଲେ ।
ସୋନିଆ ଗାନ୍ଧି କହିଛନ୍ତି ଯେ, ଭାରତର ମହାନ୍ ସୁପୁତ୍ର ଡଃ. କେ କରୁଣାନିଧିଙ୍କ କାର୍ଯ୍ୟ ଓ ସ୍ମୃତିଚାରଣ କରିବା ପାଇଁ ଆଜି ଆମେ ସମସ୍ତେ ଏଠାରେ ଏକତ୍ରିତ ହୋଇଛେ । ସେ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସେ ଥିଲେ ଏକାଧାରାରେ ଜଣେ ସୁଲେଖକ, କବି, ସାମ୍ବାଦିକ । ଏବଂ ଅନେକ ଥର ମୁଖ୍ୟମନ୍ତ୍ରୀ ଥିଲେ ।
ସେ ଆହୁରି ମଧ୍ୟ କହିଥିଲେ ଯେ, କରୁଣାନିଧି ବଂଚିତଙ୍କ ଉତଥାନରେ ବିଶ୍ୱାସ କରୁଥିଲେ । ସମସ୍ତଙ୍କ ପାଇଁ ସମାନତାରେ ସେ ବିଶ୍ୱାସ କରୁଥିଲେ । ଏହି ଅବସରରେ ରାହୁଲ ଗାନ୍ଧି କହିଥିଲେ ଯେ, କରୁଣାନିଧି ଥିଲେ ତାମିଲନାଡ଼ୁର ଜଣେ ମହାନ୍ ନେତା । ସେ ଜଣେ ଏପରି ବ୍ୟକ୍ତି ଥିଲେ, ଯିଏକି ତାମିଲ୍ ଲୋକଙ୍କ ସଂସ୍କୃତି, ଭାଷାର ସୁରକ୍ଷା କରିଛନ୍ତି । ଆଜି ଏଠାକୁ ଆସିବା ମୋ ପାଇଁ ସମ୍ମାନର କଥା ।