
ରାଉରକେଲା, ସୁନ୍ଦରଗଡ ଜିଲ୍ଲାରେ ଅସ୍ୱାଭବିକ ମୃତ୍ୟୁ ଘଟଣା ସମ୍ପର୍କିତ ସୂଚନା ମିଳିବା ପରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସାଂସଦ ଜୁଏଲ ଓରାମ ଆଜି ରାଉରକେଲା ସରକାରୀ ହସପିଟାଲ ପରିଦର୍ଶନ କରିଛନ୍ତି । ସେ ଏହି ଅବସରରେ ଡାକ୍ତରଖାନାରେ ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକୀୟ ବ୍ୟବସ୍ଥାରେ ବୃଦ୍ଧି କରିବାକୁ ଡାକ୍ତରଖାନା ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ।