ପୁରୀ,ପୁରୀ ନରେନ୍ଦ୍ର ପୁଷ୍କରିଣୀରେ ଭଉଁରି ଚନ୍ଦନ ଯାତ୍ରା ବେଳେ ବାଣ ବିସ୍ଫୋରଣ ଘଟଣାରେ ଗୁରୁତର ହୋଇ ଚିକିତ୍ସାଧିନ ଥିବା ଆଉ ଜଣକର ମୃତ୍ୟୁ ଘଟିଛି । ଫଳରେ ଘଟଣାରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ଘଟଣାରେ ଆହତ ହୋଇଥିବା ଅନ୍ୟ ୨୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ପ୍ରକାଶ ଥାଉକି, ବୁଧବାର ରାତିରେ ଠାକୁରଙ୍କ ଭଉଁରି ଚନ୍ଦନ ଯାତ୍ରା ଚାଲିଥିବା ବେଳେ ବାଣ ବିସ୍ଫୋରଣ ଘଟିଥିଲା । ଘଟଣାରେ ଇତିମଧ୍ୟରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୬ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧିନ ଅଛନ୍ତି । ପୂର୍ବରୁ କଟକ ଏସସିବି ମେଡିକାଲରେ ଜଣେ ଏବଂ ଭୁବନେଶ୍ଵରର ଦୁଇ ଘରୋଇ ମେଡିକାଲରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିଲା ।
ଅନ୍ୟପକ୍ଷରେ ପୁରୀରେ ବାଣ ବିସ୍ଫୋରଣ ଘଟଣାରେ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଓ ବର୍ଣ୍ଣ ୱାର୍ଡ ନଥିବାରୁ କେତେକ ଆହତଙ୍କୁ ଘଟଣା ଦିନ ପ୍ରଥମେ ସର୍ଜରୀ ୱାର୍ଡରେ ଚିକିତ୍ସା କରାଯାଇଥିଲା । ଯାହାକୁ ନେଇ ଡାକ୍ତରଖାନାରେ ଉତେଜନା ପ୍ରକାଶ ପାଇଥିଲା । ତେଣୁ ଏଠାରେ ଶୀଘ୍ର ବର୍ଣ୍ଣ ୱାର୍ଡ ଖୋଲିବା ପାଇଁ ଦାବି ହେଉଛି ।