-
ବିଜେଡ଼ି ନେତା ଖଗେଶ୍ଵର ଲେଙ୍କାଙ୍କ ଘରେ ଚଢ଼ଉ
କେନ୍ଦ୍ରାପଡ଼ା, ନିର୍ବାଚନ ବେଳେ ଟଙ୍କା ବଂଟା ଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି । ଯାହାକୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପୋଖରିଆପଡାର ବିଜେଡ଼ି ଟାଉନ୍ ସଭାପତି ଖଗେଶ୍ଵର ଲେଙ୍କାଙ୍କ ଘରେ ଆଜି ଚଢ଼ଉ ହୋଇଛି । ଆୟକର ବିଭାଗ, ପୋଲିସ, ନିର୍ବାଚନ ପର୍ଯ୍ୟବେକ୍ଷକ, ଫ୍ଲାଇଙ୍ଗ ସ୍କ୍ୱାଡ୍ ଓ ଷ୍ଟାଟିଷ୍ଟିକ ସର୍ଭେଲାନ୍ସ ଟିମ୍ ପକ୍ଷରୁ ମିଳିତ ଚଢ଼ଉ କରାଯାଇଛି । ତେବେ ଘରେ ତାଲା ପଡିଥିବା ଓ ଖଗେଶ୍ଵର ଘରେ ନଥିବା ଜଣାପଡିଛି । ଟିମ୍ ସେଠାରେ ଜଗି ରହିଥିବା ସୂଚନା ମିଳିଛି ।