
ଭୁବନେଶ୍ୱର, ବିଜୟ ସଂକଳ୍ପ ସମାବେଶରୁ ପାଣ୍ଡିଆନଙ୍କୁ ତିନି ପ୍ରଶ୍ନ ପଚାରିଛନ୍ତି ସୂର୍ଯ୍ୟାବଂଶୀ ସୁରଜ । ପ୍ରଥମରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲା ପରେ ଧାମନଗର କେତେ ଯୁବକ ଯୁବତୀଙ୍କୁ ଚାକିରୀ ଦେଇଛନ୍ତି ? ଧାମନଗର ବନ୍ୟାରେ ଉବୁଟୁବୁ ହେଉଥିବା ସେତେବେଳେ କୁଆଡେ ଯାଇଥିଲେ । ଆପଣଙ୍କ ହେଲିକପ୍ଟର କୁଆଡେ ଯାଇଥିଲା ଦେଖିବାକୁ ଟିକେ ଆସିଲେନି ? ତୃତୀୟରେ ଧାମନଗର ବନ୍ୟା ବେଳେ ସେତେବେଳେର ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ ସମସ୍ତଙ୍କୁ 7 ଦିନ ଭିତରେ ରିଲିଫ ପ୍ରଦାନ କରାଯିବ ହେଲେ ପରେ କହିଲେ ଏହା କ୍ଷୁଦ୍ରବନ୍ୟା । କାହିଁକି ରିଲିଫ ମିଳିଲାନି ତାର ଜବାବ ପାଣ୍ଡିଆନ ଦିଅନ୍ତୁ ବୋଲି ପ୍ରଶ୍ନ କରିଛନ୍ତି ସୂର୍ଯ୍ୟାବଂଶୀ ସୁରଜ ।