ନୂଆଦିଲ୍ଲୀ, ଚନ୍ଦନ ଯାତ୍ରାରେ ବାଣ ବିସ୍ଫୋରଣ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସୋସିଆଲ ମିଡିଆ ଏକ୍ସରେ ରାଷ୍ଟ୍ରପତି କହିଛନ୍ତି ଯେ, ପୁରୀରେ ଚନ୍ଦନ ଯାତ୍ରା ସମୟରେ ବାଣ ବିସ୍ଫୋରଣ ଘଟି କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଜାଣି ମୁଁ ଖୁବ୍ ଦୁଃଖିତ । ମୃତକଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହ ସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।