
-
ଆଗାମୀ ୫ ବର୍ଷ ଏକ ସୁବର୍ଣ୍ଣ ଭାରତ ଗଠନରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ
-
ଟିଏମସି ସମେତ ଇଂଡି ମେଂଟ ପଶ୍ଚିମବଙ୍ଗକୁ ବିପରୀତ ଦିଗକୁ ନେଉଛି
କୋଲକାତା, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ବୁଧବାର ପଶ୍ଚିମବଙ୍ଗର ମଥୁରାପୁରରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରି ଟିଏମସି ମୁଖ୍ୟ ତଥା ସିଏମ ମମତା ବାନାର୍ଜୀଙ୍କ ଦୁର୍ନୀତି, ତୁଷ୍ଟିକରଣ ଓ ଅନୁପ୍ରବେଶକାରୀଙ୍କୁ ସଂରକ୍ଷଣ ଦେବା ଉପରେ କଡା ପ୍ରହାର କରିଛନ୍ତି ଏବଂ ଦେଶରେ ପୁଣି ଥରେ ମୋଦି ସରକାର ଗଠନର ଆହ୍ୱାନ ଦେଇଛନ୍ତି ।
ଶ୍ରୀ ମୋଦି କହିଛନ୍ତି ଯେ, ଲୋକଙ୍କ ଉତ୍ସାହ ଓ ଆବେଗ ସ୍ପଷ୍ଟ ଦେଖାଯାଉଛି ଯେ, ଦେଶରେ ପୁଣି ଥରେ ମୋଦି ସରକାର ଗଠନ ହେବାକୁ ଯାଉଛି । ଲୋକସଭା ନିର୍ବାଚନ ୨୦୨୪ ଅନେକ ଦିଗରୁ ଭିନ୍ନ ଓ ଅଦ୍ଭୁତ ଅଟେ । ଏହି ନିର୍ବାଚନରେ ରାଜନୈତିକ ଦଳଗୁଡିକ ନୁହେଁ, ବରଂ ଲୋକେ ଦେଶର କମାଣ ସମ୍ଭାଳୁଛନ୍ତି କାରଣ ଲୋକେ ଦଶବର୍ଷର ବିକାଶ ଯାତ୍ରା ବି ଦେଖୁଛନ୍ତି ଏବଂ ୬୦ ବର୍ଷର ଦୁର୍ଗତି ବି ଦେଖିଛନ୍ତି । ଶ୍ରୀ ମୋଦି କହିଛନ୍ତି ଯେ, କଂଗ୍ରେସ ଶାସନରେ ଦେଶର କୋଟି କୋଟି ଗରିବ ଜୀବନର ମୌଳିକ ସୁବିଧାରୁ ବଂଚିତ ଥିଲେ ଏବଂ ଭାରତ ପରି ଦେଶରେ ଭୋକରେ ମୃତ୍ୟୁବରଣ ଖବର ସାଧାରଣ ହେଉଥିଲା, କୋଟି କୋଟି ଲୋକଙ୍କ ମୁଣ୍ଡ ଉପରେ ଛାତ ନଥିଲା, ମହିଳାମାନେ ଖୋଲାରେ ଶୌଚ ପାଇଁ ବାଧ୍ୟ ହେଉଥିଲେ, ପିଇବା ପାଇଁ ପାଣିନଥିଲା, ୧୮ହଜାରରୁ ଅଧିକ ଗାଁରେ ବିଜୁଳି ନଥିଲା, ଉଦ୍ୟୋଗ ପାଇଁ ସମ୍ଭାବନା ନଥିଲା ଏବଂ ଦୁର୍ଭାଗ୍ୟ ଏହା ଥିଲା ଯେ, ଏହି ସମସ୍ତ ଅଭାବକୁ ସୁଧାରିବା ପାଇଁ ପ୍ରୟାସ ବି କରାଯାଉନଥିଲା । ପରିବାରବାଦର ରାଜନୀତି କୋଟି କୋଟି ଯୁବକଙ୍କ ସ୍ୱପ୍ନକୁ ମାରି ଦେଇଥିଲା ଏବଂ ସ୍ୱାଧୀନ ହିନ୍ଦୁସ୍ଥାନର ପାଂଚ ପିଢିକୁ ନଷ୍ଟ କରିଦିଆଯାଇଥିଲା ।
ଶ୍ରୀ ମୋଦି କହିଛନ୍ତି ଯେ, ଭାରତ ସହିତ ସ୍ୱାଧୀନ ହୋଇଥିବା ଦେଶ ବିକାଶର ଶିଖରକୁ ଛୁଇଁଥିଲା ଏବଂ ଦେଶରେ ଗୁଣି, ସାମର୍ଥ୍ୟ ଓ ଯୁବପିଢି ଥିବା ସତ୍ତ୍ୱେ ଭାରତ ପଛରେ ରହିଗଲା, କିନ୍ତୁ ଭାରତ ଆଜି ଯେତେବେଳେ ନୂଆ ବେଗରେ ଆଗକୁ ବଢୁଛି ପୂରା ବିଶ୍ୱ ଦେଖିକି ରହିଯାଇଛି ଏବଂ ପୂରା ବିଶ୍ୱରେ ଭାରତର ଜୟଗାନ ହେଉଛି । ଏହା ସବୁ ଲୋକଙ୍କର ଗୋଟିଏ ଭୋଟର ଶକ୍ତି କାରଣରୁ ସମ୍ଭବ ହୋଇପାରିଛି । ଲୋକଙ୍କ ଭୋଟ ମୋଦିକୁ ମଜବୁତ କରିଛି ଏବଂ ମୋଦିର ମଜବୁତ ସରକାର ବିଶ୍ୱରେ ଭାରତର ପତାକା ଉଡାଇଛି । ବିଜେପି ସରକାର ୧୦ ବର୍ଷରେ ୪ କୋଟି ପ୍ରଧାନମନ୍ତ୍ରୀ ଗରିବ ଆବାସ ନିର୍ମାଣ କରିଛି, ୧୨ କୋଟିରୁ ଅଧିକ ଘରକୁ ପାଣି ପହଂଚାଇଛି, ପ୍ରତି ଗାଁକୁ ବିଜୁଳି ପହଂଚାଇଛି ଓ ଭାରତକୁ ବିଶ୍ୱର ପଂଚମ ବଡ ଅର୍ଥବ୍ୟବସ୍ଥା ବନାଇଛି । ଆଜି ଭାରତ ତୃତୀୟ ବଡ ଆର୍ôଥକ ମହାଶକ୍ତି ହେବା ଦିଗରେ ଏବଂ ବିକଶିତ ଭାରତର ରାସ୍ତାରେ ଦ୍ରୁତଗତିରେ ଅଗ୍ରସର ହେଉଛି । ଆଗାମୀ ୫ ବର୍ଷ ସ୍ୱର୍ଣ୍ଣିମ ଭାରତ ନିର୍ମାଣର ନିର୍ଣ୍ଣାୟକ ଭୂମିକା ନିଭାଇବାକୁ ଯାଉଛି ଏବଂ ଏହାର ଶୁଭାରମ୍ଭ ଜୁନ ୪ରେ ହେବାକୁ ଯାଉଛି । ବିକଶିତ ଭାରତ ପାଇଁ ବିକଶିତ ପଶ୍ଚିମବଙ୍ଗର ନିର୍ମାଣ ଆବଶ୍ୟକ ଅଟେ ଏବଂ ପଶ୍ଚିମବଙ୍ଗରୁ ଅଧିକାଧିକ ବିଜେପି ପ୍ରାର୍ଥୀ ବିଜୟୀ ହେଲେ ହିଁ ଏହା ସମ୍ଭବ ହୋଇପାରିବ । ମୁଁ ବିକଶିତ ପଶ୍ଚିମବଙ୍ଗ ନିର୍ମାଣ ପାଇଁ ପୂରା ଶକ୍ତି ଲଗାଇ ଦେବି ଏହା ମୋର ଗ୍ୟାରେଂଟି ଅଟେ ।
ମୋଦି କହିଛନ୍ତି ଯେ, ଟିଏମସି ସହିତ ପୂରା ଇଂଡି ମେଂଟ ପଶ୍ଚିମବଙ୍ଗକୁ ବିପରୀତ ଦିଗରେ ନେଇକରି ଯାଉଛନ୍ତି । ବିଜେପି ଉପରେ ପଶ୍ଚିମବଙ୍ଗ ଲୋକଙ୍କର ଭଲ ପାଇବା ଟିଏମସିକୁ ବରଦାସ୍ତ ହେଉନାହିଁ, ଏଥିପାଇଁ ଟିଏମସି ଭୟଭୀତ ହୋଇପଡିଛି । ପଶ୍ଚିମବଙ୍ଗ ପ୍ରତି ଘୃଣାରେ ଭର୍ତ୍ତି ଟିଏମସି ନିକଟରେ କେବଳ ଗୋଟିଏ ହିଁ ଅସ୍ତ୍ର ରହିଛି ତାହା ହେଉଛି ମୋଦି ଦ୍ୱାରା କରାଯାଉଥିବା ବିକାଶ କାର୍ଯ୍ୟକୁ ରୋକିବା । ଟିଏମସି ବିଜେପି ଦ୍ୱାରା ମହିଳା ସୁରକ୍ଷା ପାଇଁ ପ୍ରସ୍ତୁତ ହୋଇଥିବା ହେଲ୍ପଲାଇନକୁ ରୋକାଗଲା, ପଶ୍ଚିମବଙ୍ଗରେ ଉଜ୍ଜ୍ୱଳା ଯୋଜନା ଲାଗୁ ହେବାକୁ ଦିଆଗଲାନି ଏବଂ ପଶ୍ଚିମବଙ୍ଗର ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନାରୁ ବଂଚିତ ରଖାଗଲା । ବିଜେପି ଏବେ ୭୦ ବର୍ଷରୁ ଅଧିକ ବୟସର ପ୍ରତି ବର୍ଗର ବୟସ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ଆଣିବାକୁ ସଂକଳ୍ପ ନେଇଛି ।
ଟିଏମସିର ବିଜୟର ବହୁତ ବଡ କ୍ଷତି ପଶ୍ଚିବଙ୍ଗର ମତ୍ସ୍ୟଜୀବୀମାନଙ୍କୁ ହେଉଛି । କେନ୍ଦ୍ରର ଭାଜପା ସରକାର ମତ୍ସ୍ୟଜୀବୀମାନଙ୍କ ପାଇଁ କିଷାନ କ୍ରେଡିଟ୍ କାର୍ଡ ଓ ୨୦ ହଜାର କୋଟି ଟଙ୍କାରୁ ଅଧିକ ବାଣ୍ଟନ ସହିତ ପିଏମ୍ ମତ୍ସ୍ୟ ସମ୍ପଦ ଯୋଜନା ଭଳି ବହୁତଗୁଡିଏ ଯୋଜନା ଚଲାଇଛନ୍ତି କିନ୍ତୁ ଟିଏମସି ସରକାର ଏହି ଯୋଜନାଗୁଡିକୁ ଏଠାରେ ଲାଗୁ କରିବାକୁ ଦେଇ ନାହାନ୍ତି । ଟିଏମସିକୁ ଗରୀବଙ୍କ ରାସନ , ପିଏମ୍ ଆବାସ ଏପରିକି ପିଲାଙ୍କ ମିଡ୍ ଡେ ମିଲ ପର୍ଯ୍ୟନ୍ତରୁ କମିଶନ ଦରକାର । ଟିଏମସି ପଶ୍ଚିମବଙ୍ଗର ପରିଚୟକୁ ଶେଷ କରିବାକୁ ଲାଗିଛି ଓ ମଠ ଓ ସାଧୁ ସନ୍ଥମାନଙ୍କୁ ମଧ୍ୟ ଛାଡୁ ନାହିଁ । ଟିଏମସି ଇସ୍କନ, ରାମ କୃଷ୍ଣ ମିଶନ ଓ ଭାରତ ସେବାଶ୍ରମ ସଂଘ ଭଳି ସଂସ୍ଥଗୁଡିକୁ ଗାଳି ଦେଉଛି ଏବଂ ଏମାନଙ୍କ ଗୁଣ୍ଡାମାନେ ମଠ ଉପରେ ଆକ୍ରମଣ କରୁଛନ୍ତି ।
ଟିଏମସିର ନେତା ରାମ ମନ୍ଦିରକୁ ଅପବିତ୍ର ବୋଲି କୁହନ୍ତି । ଏଭଳି ଲୋକ କେବେ ବି ପଶ୍ଚିମବଙ୍ଗର ସଂସ୍କୃତିର ରକ୍ଷା କରିପାରିବେ ନାହିଁ । ଟିଏମସି ସରକାର ତୁଷ୍ଟିକରଣର ରାଜନୀତି ପାଇଁ ସମ୍ବିଧାନ ଉପରେ ଖୋଲାଖୋଲି ଆକ୍ରମଣ କରୁଛନ୍ତି ଓ ଦଳିତ ଏବଂ ପଛୁଆମାନଙ୍କ ସଂରକ୍ଷଣକୁ ଲୁଟିବାକୁ ଚେଷ୍ଟା କରୁଛନ୍ତି । ମୁସଲମାନଙ୍କୁ ପଛୁଆ ବର୍ଗର ନକଲି ପ୍ରମାଣପତ୍ର ଦିଆଯାଉଥିଲା କିନ୍ତୁ କୋଲକାତା ଉଚ୍ଚ ନ୍ୟାୟାଳୟ ଏହି ନକଲି ପ୍ରମାଣପତ୍ରକୁ ରଦ୍ଦ କରିଦେଇଛନ୍ତି । ଟିଏମସି ଉଚ୍ଚ ନ୍ୟାୟାଳୟର ଆଦେଶକୁ ଅବମାନନା କରିପାରିବ ନାହିଁ ଏଥିପାଇଁ ମୁସଲମାନ ମାନଙ୍କୁ ଭ୍ରମିତ କରୁଛି । ଜନତାଙ୍କ ଗୋଟିଏ ଭୋଟ୍ ଟିଏମସିର ଖରାପ ଉଦ୍ଦେଶ୍ୟକୁ ବାଧା ଦେବ ।
ଶ୍ରୀ ମୋଦୀ କହିଛନ୍ତି ଯେ ଆମେ ବିକଶିତ ଓ ସୁରକ୍ଷିତ ପଶ୍ଚିମବଙ୍ଗର ନୂଆ ଯାତ୍ରା ଆରମ୍ଭ କରିବା । ଆଜି ପଶ୍ଚିମବଙ୍ଗର ଯୁବକମାନଙ୍କୁ ମିଳିବାକୁ ଥିବା ସୁଯୋଗକୁ ଅନୁପ୍ରବେଶକାରୀ ମାନେ ହଡପ୍ କରୁଛନ୍ତି ଏବଂ ଜମି- ସମ୍ପତ୍ତି ଉପରେ କବଜା କରୁଛନ୍ତି । ପଶ୍ଚିମବଙ୍ଗର ସୀମାବର୍ତ୍ତୀ ଅଞ୍ଚଳଗୁଡିକରେ ଡେମୋଗ୍ରାଫି ବଦଳିଯାଇଛି । ସିଏଏକୁ ନେଇ ଟିଏମସି ମିଛ ଅପପ୍ରଚାର କରି କାରଣ ଏମାନଙ୍କୁ ପଶ୍ଚିମବଙ୍ଗରେ ଅନୁପ୍ରବେଶକାରୀମାନଙ୍କୁ ରଖିବାର ଅଛି । ହିନ୍ଦୁ ଶରଣାର୍ଥୀ ଓ ମତୁଆ ସମାଜର ଲୋକଙ୍କୁ ଟିଏମସି ପଶ୍ଚିମବଙ୍ଗରେ ରହିବାକୁ ଦେବାକୁ ଚାହୁଁନାହିଁ । ୪ ଜୁନ୍ ପରେ ଟିଏମସିର ସବୁ ପ୍ଲାନ୍ ଫେଲ ହେବାକୁ ଯାଉଛି , ଆମ ମତୁଆ ସମାଜକୁ ସେମାନଙ୍କ ଅଧିକାର ମିଳିବ ହିଁ ମିଳିବ , ଏହା ମୋଦୀର ଗ୍ୟାରେଣ୍ଟି । ସବୁ ଶରଣାର୍ଥୀଙ୍କୁ ସମ୍ମାନର ସହିତ ଭାରତର ନାଗରିକତା ମିଳିବ , ଏହା ମୋଦୀର ଗ୍ୟାରେଣ୍ଟି ।
ଟିଏମସି ପଶ୍ଚିମବଙ୍ଗକୁ ବିକାଶରୁ ବଞ୍ଚିତ ରଖିଛି , ରାଜ୍ୟର ଜନତା ମଧ୍ୟ ଏହା ବୁଝି ସାରିଛନ୍ତି ଯେ ସଚ୍ଚୋଟତାର ସହିତ ବିକାଶ ଭାରତୀୟ ଜନତାପାର୍ଟି ହିଁ କରିପାରିବ । ଭାଜପା ସରକାର କୋଲକାତା ପୋର୍ଟର ଭାରୀ ଟ୍ରାଫିକ୍ କୁ କମ୍ କରିବାକୁ ପ୍ରୟାସ କରୁଛି । ପଶ୍ଚିମବଙ୍ଗର ଆକାଂକ୍ଷାକୁ ବିଜେପି ହିଁ ପୂରଣ କରିପାରବ ଓ ଜନତାଙ୍କ ଗୋଟିଏ ଭୋଟ ଦେଶର ରାଜନୈତିକ ଦିଗ ବଦଳାଇବାର କାମ କରିବ । ୪ ଜୁନ୍ ପରେ ଦେଶରେ ବହୁତ ବର୍ଷ ରାଜନୈତିକ ଭୂକମ୍ପ ହେବାକୁ ଯାଉଛି ଯାହା ଦ୍ୱାରା ପରିବାରବାଦୀ ଦଳ ଗୁଡିକ ନିଜକୁ ନିଜେ ଭୁଷୁଡି ଯିବେ । ବିରୋଧୀ ଦଳଗୁଡିକର କାର୍ଯ୍ୟକର୍ତ୍ତା ମଧ୍ୟ ଏବେ ଥକି ଯାଇଛନ୍ତି, ସେମାନେ ଦେଖୁଛନ୍ତି ଯେ ଦେଶ କେଉଁ ଆଡେ ଯାଉଛି ଓ ସେମାନଙ୍କ ଦଳ କେଉଁ ଆଡେ ଯାଉଛି ? ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ପଶ୍ଚିମବଙ୍ଗର ଜନତାଙ୍କୁ ସ୍ଥାନୀୟ ପ୍ରାର୍ଥୀଙ୍କୁ ବହୁମତରେ ବିଜୟୀ କରି ଦେଶରେ ପୁଣି ଥରେ ମୋଦୀ ସରକାର ଗଢିବା, ବିକଶିତ ଭାରତର ସଂକଳ୍ପର ସିଦ୍ଧିରେ ନିଜର ଯୋଗଦାନ ଦେବା ଓ ଜନ ଜନ ପର୍ଯ୍ୟନ୍ତ ଭାଜପାର ସନ୍ଦେଶ ପହଞ୍ଚାଇବାକୁ ଆହ୍ୱାନ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ପଶ୍ଚିମବଙ୍ଗ ବିଜେପି ପ୍ରଦେଶାଧ୍ୟକ୍ଷ ସୁକାନ୍ତ ମଜୁମଦାର ଓ ମଥୁରାପୁର ପ୍ରାର୍ଥୀ ଅଶୋକ ପୁରକୈତଙ୍କ ସହିତ ଅନ୍ୟ ନେତାଗଣ ଉପସ୍ଥିତ ଥିଲେ ।