
ଭୁବନେଶ୍ୱର, ନିର୍ବାଚନ କମିଶନଙ୍କ ଦ୍ୱାରା ୨ ଆଇପିଏସ୍ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ବିଜେପି ନେତା ଭର୍ତୃହରି ମହତାବ। ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କିତ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଗତକାଲି ଯେଉଁ ଦୁଇଜଣ ବରିଷ୍ଠ ପୋଲିସ ଅଧିକାରୀ ଙ୍କ ବିରୋଧ ରେ କମିଶନ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏହା ଅନ୍ୟ କୌଣସି ରାଜ୍ୟ ରେ ନିଯାଇନାହିଁ। ଅତି ଗୁରୁତର କଥା। ଯେଉଁ ସରକାରୀ ଅଧିକାରୀ ମାନେ କ୍ଷମତା ର ଅପବ୍ୟବହାର କରିଛନ୍ତି ସେମାନେ କେହି ବର୍ତିବେ ନାହିଁ। ବିଗତ ୧୦ ବର୍ଷ ଭିତରେ ଯେଭଳି କ୍ଷମତା ର ଅପବ୍ୟବହାର କରାଯାଇଛି ଏବିଂ କିଛି ଅଫିସର ନେକ୍ସସ କରି ଆସନ ମାଡି ବସି ଓଡ଼ିଶା ବାସୀଙ୍କୁ କଲବଲ କରିଛନ୍ତି, ହଇରାଣ କରିଛନ୍ତି ଏ ସମସ୍ତଙ୍କୁ ବିଜେପି ସରକାର କୁ ଆସିଲେ କେହି ବର୍ତିବେ ନାହିଁ। ମୁଁ ଏବେଠୁ ସତର୍କ କରିଦେଉଛି। ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି ।
ବିଜେଡି ନେତା ପାଣ୍ଡିଆନଙ୍କ ଦ୍ୱାରା ନିର୍ବାଚନ କମିଶନଙ୍କୁ ସମାଲୋଚନା କରିଥିବା ନେଇ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ଏଭଳି ମନ୍ତବ୍ୟ ଦେଇ, ସେ ନିର୍ବାଚନ କମିଶନଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି? ଯିଏ ଯେଉଁ ପ୍ରକୃତିର ସେ ସେଇ ପ୍ରକୃତି ର ଲୋକ କୁ ସମର୍ଥନ କରେ। ନିର୍ବାଚନ କମିଶନଙ୍କ ଦୃଷ୍ଟି କୁ ଅନେକ ପ୍ରକାର କଥା ଆସିଥିବ, ପ୍ରମାଣ ଥିବ, ସେଥିପାଇଁ ଏ ନିଷ୍ପତି।
ସେ କହିଛନ୍ତି ଯେ, ନକ୍ସଲ ବିରୋଧୀ ଅଭିଯାନ ଗୃହ ମନ୍ତ୍ରାଳୟ ଅଧୀନ ରେ ହୁଏ। ଦୁଇ ପୋଲିସ ଅଧିକାରୀ କେତେ ଡାଇନାମିକ ସେ ପ୍ରମାଣ ପତ୍ର ପୋଲିସ ମହାନିର୍ଦେଶକ ଦେବେ। ଜଣେ ବ୍ୟକ୍ତି ବା ଦଳ ର ସ୍ବାର୍ଥ ପାଇଁ କାମ କରିବା ଡାଇନାମିଜିମ ନୁହେଁ।