ତିନସୁକିୟା (ଆସାମ), ଜିଲ୍ଲାର ଲିଡୁ ଟିକକ ସ୍ଥିତ ବେଷ୍ଟ ମାଇନିଂର ଏକ ଅବୈଧ ଖାଦାନ ଧସିବା ଫଳରେ ସୋମବାର ତିନି ଜଣ ଶ୍ରମିକଙ୍କ ମୃତ୍ୟୁ ମାମଲାରେ ମାର୍ଘେରିଟାରେ ଜଣେ କୋଇଲା ବ୍ୟବସାୟୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ସ୍ଥାନୀୟ ପ୍ରଶାସନ ଏବଂ ପୋଲିସ ମଙ୍ଗଳବାର ମାର୍ଘେରିଟାରେ କୋଇଲା ବ୍ୟବସାୟୀ ଲୁଂଗଚାଂଗଙ୍କ ଘର ଉପରେ ଚଢ଼ଉ କରିବା ସହ ସେଠାରୁ ୨ କୋଟି ୯୯ ଲକ୍ଷ ଟଙ୍କା ଜବତ କରିଛନ୍ତି ।
କୋଇଲା ବ୍ୟବସାୟୀ ଲୁଂଗଚାଂଗଙ୍କ ବିରୋଧରେ ଲିଡୁ ଟିକକ ବେଷ୍ଟ ମାଇନିଂରେ ଅବୈଧ କୋଇଲା ଖାଦାନ ଚଲାଇବା ନେଇ ଅଭିଯୋଗ ରହିଛି । ଏହି ଖାଦାନରେ ସୋମବାର ତିନି ଜଣ ଶ୍ରମିକ ପୋତି ହୋଇଯାଇଥିଲେ । ଫଳରେ ସେମାନଙ୍କର ମୃତ୍ୟୁ ଘଟିଥିଲା । ଏହି ତିନି ଶ୍ରମିକଙ୍କ ମୃତ୍ୟୁ ପାଇଁ ସମ୍ପୃକ୍ତ କୋଇଲା ବ୍ୟବସାୟୀଙ୍କୁ ଦାୟୀ କରାଯାଇଛି । ତେବେ ଘଟଣା ପରେ ଲୁଂଗଚାଂଗ ଫେରାର୍ ଥିବା କୁହାଯାଉଛି ।