ରାଜକୋଟ, ଗୁଜରାଟର ରାଜକୋଟରେ ହୋଇଥିବା ଟିଆରପି ଗେମ ଜୋନ ଅଗ୍ନିକାଣ୍ଡ ମାମଲାରେ ମହେଶ ରାଠୋର ନାମକ ପଂଚମ ଅଭିଯୁକ୍ତକୁ ମଙ୍ଗଳବାର ଦିନ ପୋଲିସ ହେପାଜତକୁ ନେଇଛି । ତାକୁ ପଚରାଉଚରା କରାଯାଉଛି ।
ପୋଲିସ ସୂଚନା ମୁତାବକ ମହେଶ ସୋମବାର ଧରାପଡିଥିବା ଅଭିଯୁକ୍ତ ରାହୁଲ ରାଠୋରର ଦାଦା ଅଟେ । ମହେଶ ହିଁ ଗେମ ଜୋନରେ ୱେଲ୍ଡିଂ କରୁଥିଲା, ଯାହାର ଚିଙ୍ଗାରି ଯାଇ ପୂରା ଗେମ ଜୋନକୁ ଜଳାଇ ପାଉଁଶ କରିଦେଇଥିଲା । ଏହି ଅଗ୍ନିକାଣ୍ଡରେ 28ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ମହେଶ ବି ନିଆଁରେ ପୋଡି ହୋଇଯାଇଥିଲା । ହସ୍ପିଟାଲରେ ତାର ଚିକିତ୍ସା କରାଯାଉଥିଲା । ପଚରାଉଚରା ପରେ ପୋଲିସ ତାକୁ ଗିରଫ କରିପାରେ ।