ଜଟଣୀ- ରାଜଧାନୀ ଭୂବନେଶ୍ୱର ଉପକଣ୍ଠରେ ଥିବା ଜଟଣୀ ସହର ଏବେ ନିଜର ପରିଚୟ ହରାଇବାକୁ ବସିଛି । ଜଟଣୀ ବ୍ଲକର ୧୫ ପଚାଂୟତ ଓ ପୈାରପରିଷଦର ୨୩ ଗୋଟି ୱାର୍ଡକୁ ନେଇ ଜଟଣୀର ଭୋ÷ଗଳିକ ଭିତିଭୂମି ଅର୍ନ୍ତନିହିତ ଅଟେ । ମାତ୍ର ଜଟଣୀର ଅବହେଳା ଏବେ ଚରମ ସୀମାରେ ପହଁଚିଲାଣି । ରାଜନୈତିକ ନେତା ଓ ସ୍ଥାନିୟ ଲୋକପ୍ରତିନିଧିମାନଙ୍କ ଦୁର୍ବଳମନୋଭାବ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିବା ଆଲୋଚନା ହେଉଛି । ଏନେଇ ସ୍ଥାନିୟ ପୋଷ୍ଟଅଫିସ ଛକଠାରେ ଅପରାହ୍ନ ୩ ଘଟିଂକା ସମୟରେ ଏକ ସଭାଗୃହରେ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ନେଇ କ୍ରିଡାବିତ ହେମନ୍ତ ସୁନ୍ଦରାୟଙ୍କ ଆବାହକତ୍ୱରେ ବୈଠକ ଅନୁÂିତ ହୋଇଥିଲା । ଜଟଣୀର ସମସ୍ତ ସମସ୍ୟାପ୍ରତି ଅତିତରେ ହୋଇଥିବା ଅଭିଯୋଗଗୁଡିକର ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିଲା ନାହିଁ । ତେଣୁ ବାଧ୍ୟ ହୋଇ ଏ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାର ସିଧାନ୍ତ ଉକ୍ତ ବୈଠକରେ ନିଆଗଲା । ଜଟଣୀର ଦୁଃଖ କୁହାଯାଉଥିବା ବହୁ ପ୍ରତିକ୍ଷୀତ ଫ୍ଲାଏ ଓଭରବ୍ରିଜ ନିର୍ମାଣରେ ଅବହେଳା ପ୍ରତି ଦୃଷ୍ଟିଦେଇ ବ୍ରିଜର ଉଭୟପାଶ୍ୱର୍ର କାର୍ଯ୍ୟ ତ୍ୱରାନିତ କରାଯାଉ । ଏଥି ସହିତ ଉଭୟ ପାଶ୍ୱର୍ରେ ଥିବା ବ୍ୟବସାୟୀପ୍ରତିÂାନ ଗୁଡିକର ସ୍ଥାୟୀ ଥଇଥାନ କରାଯାଉ । ମୋବସ୍ ଜଟଣୀ ହରିଭାଇନା ଛକଠାରୁ ତଳଖେତା ଛକ ପର୍ଯ୍ୟନ୍ତ ଚଳାଚଳ କରାଯାଉ । ଏଥି ବ୍ୟତିତ ସରକାରୀ ବସ ସେବା ପାଇଁ ସ୍ଥାନୀୟ ତରାବୋଇ, ତିରିମଲ, ବେଣାପଜଂରୀ, ବାଛରାପାଟଣା, ଅରଗୁଳୁ ଓ ଥାନାଛକ ଦେଇ ଭୂବନେଶ୍ୱରକୁ ଯାତାୟତ ପାଇଁ ଦାବି ହୋଇଥିଲା । ସେହିପରି ରାସ୍ତାଘାଟ ବ୍ୟବସ୍ଥାରେ ମ୍ୟୁନିସିପାଲଟି ଛକଠାରୁ ମ୍ୟୁନିସିପାଲଟି କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ୨ ଲାଇନ ପାଇଁ ୨୦୧୫/୧୬ରେ ହୋଇଥିବା ରେଜ୍ୟୁଲେସନ ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉନାହିଁ । ରାସ୍ତାପ୍ରଶସ୍ଥିକରଣ ସ୍ଥାନିୟ ହରିଭାଇନା ଛକଠାରୁ ତଳଖେତା ଛକ ପର୍ଯ୍ୟନ୍ତ ୪ ଲାଇନ ପାଇଁ ପ୍ରସ୍ତାବିତ, ହରିଭାଇନା ଛକଠାରୁ ଭଗବତି ସଅମିଲ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ଥି କରଣ ସହିତ ମ୍ୟୁନିସିପାଲିଟି ଅନ୍ତର୍ଗତ ସମସ୍ତ ରାସ୍ତାଘାଟ ଆଧୁନିକରଣ କରାଯାଉ । ମ୍ୟୁନିସିପାଲିଟି ପକ୍ଷରୁ ନିର୍ମିତ ସୁଲଭ ଶୈାଚାଳୟ ତୁରନ୍ତ କାର୍ଯ୍ୟକ୍ଷମ କରାଯିବା ସହିତ ଆବଶ୍ୟକ ୱାର୍ଡରେ ଶୈାଚାଳୟ ଖୋଲାଯାଉ ।ମ୍ୟୁନିସିପାଲିଟି ଅଧିନରେଥିବା ଶିକ୍ଷାନୁÂାନ ଓ ସରକାରୀ କାର୍ଯ୍ୟାଳୟ ଗୁଡିକୁ ନିଜସ୍ୱ ନାମରେ ନାମିତ କରାଯାଉ । ପ୍ରତ୍ୟକ ୱାର୍ଡରେ କମ୍ୟୁନିଟି ହଲ ଖୋଲାଯାଉ । ଜଟଣୀରେ ଲାଇବ୍ରେରୀର ଆବଶ୍ୟକତାକୁ ପୁରଣ କରାଯାଉ । ଜଟଣୀର ମୂଖ୍ୟ ରାସ୍ତାଗୁଡିକରେ ସିସିଟିଭି ଲଗାଯାଉ । ଜଟଣୀରେ ଟ୍ରାଫିକ ବ୍ୟବସ୍ଥା ଯଥା ଶିଘ୍ର ପୁରଣ କରାଯାଉ । ମୂଖ୍ୟ ରାସ୍ତାର ପଦନପୁର ଠାରୁ କୁଦିଆରୀ ପର୍ଯ୍ୟନ୍ତ ଅଚଳ ଷ୍ଟୀଟଲାଇଟକୁ ମରାମତି କରିବା ସହିତ ନୂତନ ଷ୍ଟ୍ରିଟ ଲାଇଟ ଲଗାଯିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା । ଏଥି ସହିତ ପାର୍କ ଗୁଡିକର ଆଧୁନିକରଣ ସହିତ ନୂତନଭାବେ ଉନ୍ନତମାନର ପାର୍କ ନିର୍ମାଣ କରାଯାଉ । କ୍ରୀଡାପ୍ରେମୀଙ୍କ ପାଇଁ ଖେଳପଡିଆର ବ୍ୟବସ୍ଥା କରାଯାଉ । ରେଳବିଭାଗ ଖୋର୍ଦ୍ଧାରୋଡ ଷ୍ଟେସନ ସମୁଖରେ ସୁଲଭ ଶୈାଚାଳୟ ଖୋଲାଯାଉ । ରେଳଅଂଚଳରେ ପାନୀୟଜଳ ଅପଚୟକୁ ରୋକାଯାଉ । ଜଟଣୀ ତଳଖେତା ରାସ୍ତାର ୧୬ ନଂ ଜାତୀୟ ରାଜପଥରେ ଫ୍ଲାଏଓଭର ବ୍ରିଜର ନିର୍ମାଣ ତୁରନ୍ତ କରାଯାଉ । ଜଟଣୀ ଅଂଚଳରେ ଜମି ଗୁଡିକର ମାଲିକାନା ଶ୍ରୀ ଜଗନ୍ନାଥ ବିଜେ ପୁରୀଙ୍କ ନାମରେ ହୋଇଥିବା ବେଳେ ଏହାକୁ ପ୍ରଜାମାନଙ୍କ ନାମରେ ନାମକରଣ କରାଯାଉ । ଜଟଣୀଥାନାର ନିଜସ୍ୱ ଜମି ମଧ୍ୟରେ ଆଧୁନିକରଣ ହେଉ । ମହିଳା ଡେକ୍ସ କାର୍ଯ୍ୟକାରୀ କରାଯାଉ । ଆଗନ୍ତୁକମାନଙ୍କ ପାଇଁ ପ୍ରତିକ୍ଷାଳୟ ଖୋଲାଯାଉ । ହସ୍ପିଟାଲରେ ଆମ୍ବୁଲାନ୍ସ ସେବା ଯୋଗାଇଦିଆଯାଉ ଏବଂ ଏହାର ଆଧୁନିକରଣ ସହିତ ହସ୍ପିଟାଲିକରଣ ମଧ୍ୟ କରାଯାଇ ରୋଗୀମାନଙ୍କୁ ଉତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାପାଇଁ ପ୍ରସ୍ଥାବିତ ହୋଇଛି । ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ଖାଉଟିମାନଙ୍କୁ ସୁଲଭ ଦରରେ ପନିପରିବା ଯୋଗାଇଦେବା ସହିତ କୃଷି ଓ କୃଷକମାନଙ୍କ ପାଇଁ ବ୍ୟବସ୍ଥା କରାଯାଉ । ଯୋଗାଣ ବିଭାଗ ପକ୍ଷରୁ ଖାଉଟି ମାନଙ୍କୁ ଦରସଚେତନ ପାଇଁ ସମସ୍ତ ଦୋକାନରେ ଦରତାଲିକା ଲଗାଇବାକୁ ବ୍ୟବସ୍ଥା କରାଯାଉ ବୋଲି ଉକ୍ତ ବୈଠକରେ ପ୍ରସ୍ତାବିତ କରାଯାଇଥିଲା । ଜଟଣୀ ଅଂଚଳର ଏହି ସମସ୍ୟା ଗୁଡିକର ତୁରନ୍ତ ସମାଧାନ ପାଇଁ ରାଜ୍ୟପାଳ, ବିଭାଗୀୟ ମନ୍ତ୍ରୀ ଓ ସଚିବମାନଙ୍କୁ ଲିଖିତ ଦାବିପତ୍ର ମାଧ୍ୟମରେ ପ୍ରଦାନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ଆଜିର ଏହି ବୈଠକରେ କ୍ରିଡାବିତ ତଥା ସମାଜସେବୀ ହେମନ୍ତ କୁମାର ସୁନ୍ଦରାୟ, ବରିÂ ଅଧିବକ୍ତା ଉମାଶଙ୍କର ମିଶ୍ର, ସଜିଂତ ଦାସ, ସାମ୍ବାଦିକ ରଙ୍ଗନାଥ ବେହେରା, ସମାଜସେବୀ ଅଶୋକ ଜେନା, ଅଶୋକ ଚକ୍ରବର୍ତି, କୃର୍ଷ୍ଣ ମୋହନ ରାଉତରାୟ, ସୁବେଦାର ମେଜର ସୁରେଶ କୁମାର ଛୋଟରାୟ, ସୁଧାସୁଂ ଦାସ, ନଗେନ ପଟ୍ଟନାୟକ, ଅବସରପ୍ରାପ୍ତ କର୍ମଚାରୀ ରବି ଦାସ , ଭିକ୍ଷାକାରୀ ସାହୁଙ୍କ ସହିତ ବହୁ ବରିÂ ବ୍ୟକ୍ତିମାନେ ଯୋଗଦେଇଥିଲେ ।
Related Stories
January 13, 2025
January 13, 2025