ମୁମ୍ବାଇ, ମହାରାଷ୍ଟ୍ରର ଠାଣେ ଜିଲ୍ଲାର ଡୋଂବିଭଲି ସ୍ଥିତ ଅମୁଦାନ କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ମଳୟ ପ୍ରଦୀପ ମହେତାଙ୍କୁ ଶନିବାର କୋର୍ଟ ମେ 29 ଯାଏ ପୋଲିସ ହେପାଜତକୁ ପଠାଇଛନ୍ତି । ଏହି ମାମଲାରେ ଗିରଫ ହୋଇଥିବା ମଳୟଙ୍କ ମାଆ ମାଳତୀ ପ୍ରଦୀପ ମହେତାଙ୍କୁ କୋର୍ଟ ମୁକ୍ତ କରିଛନ୍ତି ।
କୋର୍ଟ ଏହି ମାମଲାରେ ମାଳତୀ ପ୍ରଦୀପ ମେହେତାଙ୍କୁ ପୋଲିସ ନିଜ ଆବଶ୍ୟକତା ଅନୁସାରେ ତାଙ୍କ ଘରେ ହିଁ
ପଚରାଉଚରା କରିପାରିବ ବୋଲି କହିଛନ୍ତି । ଏହି ମାମଲାରେ ମାନପାଡା ଥାନା ପୋଲିସ ଶୁକ୍ରବାର ଉଭୟଙ୍କୁ ଗିରଫ କରିଥିଲା ।