
ଭୁବନେଶ୍ୱର, ଆଗାମୀ ଶନିବାର ଦିନ ରାଜ୍ୟରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ହେବ । ଏହି ପର୍ଯ୍ୟାୟରେ ମୋଟ 6ଟି ଲୋକସଭା ଓ ଏହା ଅଧୀନରେ ଆସୁଥିବା 42 ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ । ଏହି ଆସନ ଗୁଡିକ ହେଲା କଟକ, ଭୁବନେଶ୍ୱର, ପୁରୀ, ଢେଙ୍କାନାଳ, କେନ୍ଦୁଝର ଏବଂ ସମ୍ବଲପୁର । ଏହି ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଂଜ ଧଳ ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ୬ ସଂସଦୀୟ କ୍ଷେତ୍ର ପାଇଁ ୬୪ ପ୍ରାର୍ଥୀ ମଇଦାନରେ ଅଛନ୍ତି । ତୃତୀୟ ପର୍ଯ୍ୟାୟରେ ୧୦,୫୫୧ ପୋଲିଂ ଷ୍ଟେସନ, ୨ ହଜାର ମଡେଲ ବୁଥ୍ ରହିଛି । ୨୦% କ୍ରିଟିକାଲ ପୋଲିଂ ଷ୍ଟେସନ ଚିହ୍ନଟ ହୋଇଥିବା ସେ ପ୍ରକାଶ କରିଛନ୍ତି ।
ସେ କହିଛନ୍ତି ଯେ ୧୨୧ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ ଫୋର୍ସ ମୁତୟନ ରହିବେ । ସେ ଭୋଟର ମାନଙ୍କୁ ଅଧିକ ସଂଖ୍ୟାରେ ଭୋଟିଂ ପାଇଁ ଅପିଲ୍ କରିଛନ୍ତି ।