
ଭୁବନେଶ୍ୱର, ପୂର୍ବତନ ମନ୍ତ୍ରୀ ତଥା ସିମୁଳିଆ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପୁଣି ଥରେ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ସେ ଗତ କାଲି ବିଜେଡ଼ିରୁ ଇସ୍ତଫା ଦେବା ପରେ ୨୪ ଘଣ୍ଟା ନ ପୁରୁଣୁ ତାଙ୍କୁ ବିଜେଡି ବୁଝାଇସୁଝାଇ ଘର ବାହୁଡ଼ାଇ ଆଣିଛି। ଏହା ସହିତ ଜ୍ୟୋତିପ୍ରକାଶଙ୍କୁ ଦଳ ପକ୍ଷରୁ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ବାଲେଶ୍ବର ଜିଲ୍ଲା ସଭାପତିର ଦାୟିତ୍ବ ଦିଆଯାଇଛି। ଏ ନେଇ ବିଜେଡି ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।