![](https://indokalingtimes.com/wp-content/uploads/2021/07/IKT-NEWS-1.jpg)
ଧର୍ମଶାଳା, ବିଜୁ ଜନତା ଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଯାଜପୁର ଜିଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ତାଳଜଙ୍ଗ, ରେଖିଦେଇପୁର ଓ କବାଟବନ୍ଧ ପଂଚାୟତର ବିଜେପି ଓ କଂଗ୍ରେସ କର୍ମୀମାନେ ବିଧିବଦ୍ଧ ଭାବେ ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ଜାରକା ସ୍ଥିତ ବିଜୁ ଜନତା କାର୍ଯ୍ୟାଳୟ ଠାରେ ଧର୍ମଶାଳାର ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଉପସ୍ଥିତିରେ ଏହି ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା ।
ଏହି ମିଶ୍ରଣ ପର୍ବରେ ପଂଚାୟତ ସମିତି ଅଧ୍ୟକ୍ଷ ଧର୍ମଶାଳା ପ୍ରଭାତ କୁମାର ବଳବନ୍ତରାୟ, ଜଳଧର ମହାନ୍ତି, ଉତ୍କଳମଣୀ ଦାସ, ତପନ ସାହୁ, ବିକାଶ ଦାସ, ରମାକାନ୍ତ ପରିଡା, ଆଲୋକ କୁମାର ସାହୁ, ବିଲ୍ୱମଙ୍ଗଳ ସାହୁ, ବିପିନ ବିହାରୀ ସେଠୀ, ତାପସ ପଣ୍ଡା, ଜ୍ଞାନରଞ୍ଜନ ସାହୁ, ପ୍ରମୋଦ ମିଶ୍ର, ଚେମା ମଳିକ, ପାଣ୍ଡବ ମହାନ୍ତି ଏବଂ ଭିମସେନ ଓଝା ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ଏହି ମିଶ୍ରଣ ପର୍ବରେ କବାଟବନ୍ଧ ପଂଚାୟତର ଧ୍ରୁବ ସାହୁ, ଦେବାଶିଷ , ଗୋବରା ଓଝା, ମନୋରଞ୍ଜନ ଓଝା, ରାକେଶ କୁମାର ବେହେରା, କାଳନ୍ଦୀ ବେହେରା, ଚନ୍ଦନ କାୟସ୍ତ, ସାଗର ପାତ୍ର, ସନ୍ତୋଷ ସାହୁ, ବିଚିତ୍ରା ମଲ୍ଲିକ୍ଙ୍କ ସମେତ ୮୦ ରୁ ଉର୍ଦ୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଥିବା ବେଳେ ତାଳଜଙ୍ଗ ପଂଚାୟତରୁ ବଲ୍ଲଭ ମଳିକ, ଛାୟାକାନ୍ତ ମଳିକ, ମକର ମଳିକ, ଲକ୍ଷ୍ମୀଧର ମଳିକ, ଶ୍ରୀଧର ମଳିକଙ୍କ ସମେତ ୫୦ ରୁ ଉର୍ଦ୍ଧ୍ବ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗଦେଇଛନ୍ତି।
ସେହିପରି ରେଖିଦେଇପୁର ପଂଚାୟତର ମାର୍କଣ୍ଡ ପ୍ରସାଦ ରାଉତ, ପ୍ରମିଳା କୁମାର ମଲ୍ଲ, ସୁକାନ୍ତ ମଲ୍ଲିକ ଓ କୀର୍ତନ ମଲ୍ଲିକ୍ ଙ୍କ ସମେତ ୩୦ ରୁ ଉର୍ଦ୍ଧ୍ଵ ବିଜେପି ଓ କଂଗ୍ରେସ କର୍ମୀ ବିଧିବଦ୍ଧ ଭାବେ ବିଜେଡିରେ ଯୋଗଦେଇଛନ୍ତି । ବିଧାୟକ ଶ୍ରୀ ବଳବନ୍ତରାୟ ସେମନଙ୍କୁ ଦଳୀୟ ଉତରୀୟ ଦେଇ ସ୍ଵାଗତ କରିଥିଲେ ।