ନୂଆଦିଲ୍ଲୀ/ଭୁବନେଶ୍ୱର – ଆସନ୍ତା କେନ୍ଦ୍ରୀୟ ବଜେଟ-୨୦୨୦ ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ମତାମତ ଓ ପରାମର୍ଶ ଲୋଡ଼ିଛନ୍ତି । ମାଇଁ ଗଭ୍ ପୋର୍ଟାଲ ଜରିଆରେ ନିଜ ମତାମତ ରଖିôବା ପାଇଁ ସେ ଦେଶବାସୀଙ୍କୁ ଆହ୍ୱାନ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି,କେନ୍ଦ୍ରୀୟ ବଜେଟ୍ ୧୩୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାର ପ୍ରତିଫଳନ ଏବଂ ଏହା ରାଷ୍ଟ୍ରର ବିକାଶ ଲାଗି ମାର୍ଗ ପ୍ରସ୍ତୁତ କରିଥାଏ । ମୁଁ ଆପଣ ସମସ୍ତଙ୍କୁ ମାଇଁ ଗଭ୍ ପୋର୍ଟାଲ ଜରିଆରେ ଚଳିତବର୍ଷ ବଜେଟ୍ ଲାଗି ନିଜ ମତାମତ ଓ ପରାମର୍ଶ ଦେବା ପାଇଁ ଆମନ୍ତ୍ରଣ କରୁଛି ।