
-
କୋରାପୁଟ ଜିଲ୍ଲାର ସିମିଳିଗୁଡାରେ ସର୍ବାଧିକ ୭୧.୦ ମି.ମି.
ଭୁବନେଶ୍ଵର- ଗତ ୨୪ ଘଂଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ଼ ହୋଇଛି । କୋରାପୁଟ ଜିଲ୍ଲାର ସିମିଳିଗୁଡାରେ ସର୍ବାଧିକ ୭୧.୦ ମି.ମି. ବର୍ଷା ରେକର୍ଡ଼ ହୋଇଛି । ସେହିପରି ଅନୁଗୁଳ ଜିଲ୍ଲାର ଅନୁଗୁଳରେ ୬୧.୦ ମି.ମି., ଭଦ୍ରକ ଜିଲ୍ଲାର ଭଦ୍ରକରେ ୬୦.୦ ମି.ମି., ସମ୍ବଲପୁର ଜିଲ୍ଲାର ବୁର୍ଲାରେ ୪୬.୨ ମି.ମି., ନୟାଗଡ଼ ଜିଲ୍ଲାର ବରମୂଳରେ ୪୪.୨ ମି.ମି., ରାୟଗଡ଼ା ଜିଲ୍ଲାର ଆର ଗୁଡାରେ ୪୩.୬ ମି.ମି., କେନ୍ଦୁଝର ଜିଲ୍ଲାର ତେଲକୋଇ ୪୦.୨ ମି.ମି., ସମ୍ବଲପୁର ଜିଲ୍ଲାର ହୀରାକୁଦରେ ୪୦.୨ ମି.ମି., ସମ୍ବଲପୁର ଜିଲ୍ଲାର ଯୁଯୁମରାରେ ୩୬.୨ ମି.ମି., ଅନୁଗୁଳ ଜିଲ୍ଲାର କଣିହାଁରେ ୩୫.୫ ମି.ମି., ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ାରେ ୩୦.୦ ମି.ମି. ଏବଂ କନ୍ଧମାଳ ଜିଲ୍ଲାର ରାଇକିଆରେ ୨୯.୨ ମି.ମି. ବର୍ଷା ରେକର୍ଡ଼ ହୋଇଛି । ଭୁବନେଶ୍ଵର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ହୋଇଥିବା ଏକ ଟ୍ଵିଟ୍ ରୁ ଏହି ସୂଚନା ମିଳିଛି ।